ତାୱା ରେ କରନ୍ତୁ ନାହିଁ ଏପରି ଭୁଲ , ଘରର ଆର୍ଥିକ ସ୍ଥିତି ବିଗିଡି ପାରେ

16

ବାସ୍ତୁ ଶାସ୍ତ୍ରରେ ଘରର ସବୁ କାମକୁ ନେଇ ତାହାର ପ୍ରଭାବ ସମ୍ପର୍କରେ କୁହାଯାଇଥାଏ। ବାସ୍ତୁ ଅନୁସାରେ ଘରର ସ୍ଥାନ ଏବଂ ରଖିଥିବା ଜିନିଷକୁ ନେଇ ନିୟମ ରହିଛି। ଟିକେ ଭୁଲ ହେବା ମାତ୍ରେ ଅନେକ ଅସୁବିଧା ଉପୁଜେ। ଘରର ବାସ୍ତୁରେ ରୋଷେଇ ଘରକୁ ନେଇ ବେଶ ନିୟମ ରହିଛି। ଯାହା ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ରୋଷେଇ ଘରେ ତାୱା ର ବ୍ୟବହାରକୁ ନେଇ କଣ ନିୟମ ରହିଛି ଆସନ୍ତୁ ଜାଣିବା :

-ଖାଦ୍ୟ ତିଆରି କରିବା ପରେ ତାଓ୍ଵାକୁ ସବୁବେଳେ ସଫା ରଖନ୍ତୁ। ସମସ୍ତଙ୍କ ନଜରରୁ ଏହାକୁ ଲୁୁୁଚାଇ ରଖନ୍ତୁ। ଖୋଲା ଜାଗାରେ ରଖନ୍ତୁ ନାହିଁ। କାରଣ ଏହା ହେବା ଦ୍ୱାରା ଅଶୁଭ ପ୍ରଭାବ ପଡେ ବୋଲି କୁହନ୍ତି।
-ମନେ ରଖିବେ ସବୁବେଳେ ରୁଟି କରିବା ପୂର୍ବରୁ ଲୁଣ ଛିଞ୍ଚିକି ଯାଅନ୍ତୁ। ଏବଂ ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଘରେ ଧନ ଓ ସମ୍ପତ୍ତି ବଢ଼ିଥାଏ।
-କେବେ ବି ଧାର ଜିନିଷ ତାଓ୍ଵା ଉପରେ ଘଷନ୍ତୁ ନାହିଁ କିମ୍ବା ତାଓ୍ଵାରୁ ସିଧା ଉଠାଇ ଖାଦ୍ୟ ଖାଆନ୍ତୁ ନାହିଁ। ସବୁବେଳେ ଖାଦ୍ୟକୁ ନିଜ ପ୍ଲେଟରେ ଆଣିକି ଖାଆନ୍ତୁ।
-ତାଓ୍ଵା ଓ କଢ଼ାଇକୁ କେବେ ହେଲେ ଓଲଟା କରି ରଖନ୍ତୁ ନାହିଁ। ଏହାଦ୍ୱାରା ଧନ ହାନି ହେବାର ସମ୍ଭାବନା ଥାଏ।
-ଗରମ ତାଓ୍ଵା ଉପରେ କେବେ ବି ଭୁଲରେ ପାଣି ପକାନ୍ତୁ ନାହିଁ । ଗରମ ତାୱା ଉପରେ ଥଣ୍ଡା ପାଣି ପଡିବ ଶବ୍ଦ ରେ ନକାରାତ୍ମକ ଶକ୍ତି ବଢିବା ସହିତ ଘରର ଆର୍ଥିକ ସଙ୍କଟ ଆସିବାର ସମ୍ଭାବନା ଥାଏ।
-ରାତିରେ ରୋଷେଇ ପରେ ତାୱା କୁ ସବୁବେଳେ ଭଲଭାବରେ ଧୋଇ ସଫା କରି ରଖନ୍ତୁ ଇ ଏମିତି ଛାଡିଦେଲେ ଘରେ ଦରିଦ୍ରତା ବଢିବା ସହିତ ମା’ଅର୍ଣ୍ଣପୁର୍ଣ୍ଣା ଅସନ୍ତୁଷ୍ଟ ହୋଇଥାନ୍ତି I

Leave A Reply

Your email address will not be published.