ରୋଷେଇ ଘରେ ଏହି ସବୁ ଜିନିଷ ରଖନ୍ତୁ ନାହିଁ

14

ରୋଷେଇ ଘର ହେଉଛି ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ I ମା’ ଲକ୍ଷ୍ମୀ ଏବଂ ଦେବୀ ଅନ୍ନପୂର୍ଣ୍ଣା ସ୍ୱୟଂ ରୋଷେଇ ଘରେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ରୋଷେଇ ଘରକୁ ସର୍ବଦା ପରିଷ୍କାର ରଖିବା ଉଚିତ I କିନ୍ତୁ ବର୍ତ୍ତମାନ ସମସ୍ତେ ଜଲ୍ଦି ଜଲ୍ଦୀରେ ଖାଇ ପିଇ ଘରୁ ବାହାରିଲାବେଳେ ଆମେ ରୋଷେଇ ଘର ପ୍ରତି ଆଉ ଧ୍ୟାନ ଦେଇ ନ ଥାଉ ,କିଛି ଜିନିଷକୁ ଅଣଦେଖା କରି ଏ ପୋଟ ସେପଟ କରି ଫୋପାଡ଼ି ଦେଇଥାଉ ଇ ଏହା ଦ୍ୱାରା ଘରେ ନ କାରାତ୍ମକ ଶକ୍ତି ସୃଷ୍ଟି ହୋଇ ପରିବାରର ସମସ୍ତ ସଦସ୍ୟଙ୍କୁ ପ୍ରଭାବିତ କରିଥାଏ I ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ରୋଷେଇ ଘରେ ରଖିବା ଉଚିତ୍ ନୁହେଁ, କାରଣ ଏହା ସମସ୍ୟା ସୃଷ୍ଟି କରିଥାଏ I ତେବେ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡିକ ରୋଷେଇ ଘରେ ରଖିବା ଉଚିତ୍ ନୁହେଁ :

ଘରକୁ ସୁନ୍ଦର କରିବା ପାଇଁ କିଛି ଲୋକ ରୋଷେଇ ଘରେ ମଧ୍ୟ ଦର୍ପଣ ଟାଙ୍ଗି ଥାନ୍ତି I ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ ଦର୍ପଣ ଟାଙ୍ଗିବା ଉଚିତ୍ ନୁହେଁ I ବାସ୍ତବରେ, ରୋଷେଇ ଘରେ ଥିବା ଚୁଲି ଅଗ୍ନି ଦେବତାର ଏକ ସୂଚକ I ଯଦି ଦର୍ପଣରେ ନିଆଁର ପ୍ରତିଫଳନ ଦେଖାଯାଏ, ତେବେ ଘରେ ଅଶୁଭ ହୋଇଥାଏ I ଏହାଦ୍ୱାରା ଘରେ ପାରସ୍ପରିକ ମତଭେଦବଢିବା ସାଙ୍ଗକୁ , ଘରର ଆର୍ଥିକ ଅବସ୍ଥା ମଧ୍ୟ ଖରାପ ହୁଏ I
ଚକଟା ହୋଇଥିବା ଅଟା
ପ୍ରାୟତଃ ରୋଷେଇ ଘରେ ରୋଟି କରିବା ପାଇଁ ଆମେ ବେଳେ ବେଳେ ଅଧିକ ଅଟା ଚକଟି ରଖିଥାଉ I ସନ୍ଧ୍ୟା ରେ ରୋଟୀ କରିସାରିବାପରେ ଅବଶିଷ୍ଟ ଅଟା ଚକଟାକୁ ଫ୍ରିଜରେ ରଖି ସକାଳେ ପୁଣି ଠାରେ କରୁ I କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଠିକ ନୁହେଁ I ରୋଷେଇ ଘରେ ଚକଟା ଅଟା ରଖିଲେ ଶନି ଏବଂ ରାହୁଙ୍କର ନକାରାତ୍ମକ ପ୍ରଭାବ ପକାଇଥାଏ I ଯେଉଁ କାରଣରୁ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସେ ଇ ତେଣୁ ଭୁଲ ରେ ମଧ୍ୟ ଚକଟା ଅଂଟାକୁ ଫ୍ରିଜ ରେ ରଖନ୍ତୁ ନାହିଁ I
ଔଷଧ
ରୋଷେଇ ଘରେ କାମ କରିବା ସମୟରେ ଆଘାତ ଲାଗିବା ସାଧାରଣ କଥା I ଏଥିପାଇଁ ଆମେ ରୋଷେଇଘରେ ଔଷଧ କିମ୍ବା ବ୍ୟାଣ୍ଡେଜ୍ ଇତ୍ୟାଦି ରଖିଥାଉ , କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କୌଣସି ଔଷଧ ରଖିବା ଉଚିତ୍ ନୁହେଁ। କାରଣ ଏହା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ I ଏହା ସହିତ ଘରର ଅନାବଶ୍ୟକୀୟ ଖର୍ଚ ବୃଦ୍ଧି ହୋଇଥାଏ I
ଭଙ୍ଗା ବାସନ
ଯେତେ ସମ୍ଭବ ରୋଷେଇଘରୁ ଭଙ୍ଗା ,ଫଟା ବାସନକୁ ବାହାର କରିଦେବା ଉଚ୍ଚିତ I ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସାଙ୍ଗକୁ ଘରେ କଳହ ବଢ଼ାଇଥାଏ I ତା ସହିତ ଉପାର୍ଜନ କଲେ ମଧ୍ୟ ଘରକୁ ନିଅଣ୍ଟ ହୋଇଥାଏ I
ଏହା ସହିତ ରୋଷେଇ ଘରେ ଅଇଁଠା ବାସନ କିମ୍ବା ପାରିବ ଚୋପା ଅଳିଆ ଇତ୍ୟାଦି ଜମା କରି ରଖନ୍ତୁ ନାହିଁ I ଆସନ ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ,ଏହା ସହିତ ଘରକୁ ସବୁବେଳେ ଅଭାବ ଗୋଡ଼େଇଥାଏ I

Leave A Reply

Your email address will not be published.