କମୁନାହିଁ ତାତି ,ମହାପ୍ରଭୁ ଙ୍କୁ ଫୁଲୁରି ତେଲ ଓ ଓଷୁଅ ଲାଗି

30

ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଶ୍ରୀଜୀଉଙ୍କୁ ହୋଇଛି ଜ୍ୱର । ସେବାୟତଙ୍କ ସେବାରେ ଶ୍ରୀଜୀଉମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା । ଫୁଲୁରି ତେଲ ଏବଂ ଓଷୁଅ ଲାଗି ପରେ ବି ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଆଜି ଦଶମୂଳ ଲାଗି କରାଯିବ । ମହାପ୍ରଭୁଙ୍କ ଗୁପ୍ତସେବାର ଏହେଉଛି ବିଶେଷ ନୀତି ।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଘରୁ ଏହି ଔଷଧ ଆସିଥାଏ । ତେଣୁ ରୋଗର ଉପଚାର ପାଇଁ ବୈଦ୍ୟଙ୍କ ପରାମର୍ଶରେ ଶ୍ରୀଜିଉଙ୍କୁ ଆଜି ମଧ୍ୟ ରାତ୍ରରେ ଦିଆଯିବ ଦଶମୂଳ ମହେଔଷଧୀ । ଏହା ସହ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଚକାବୀଜେ ନୀତି ।

Comments are closed, but trackbacks and pingbacks are open.