ଘରେ ଏହି ଦିଗରେ କରନ୍ତୁ ନାହିଁ ବାଥରୁମ, ସର୍ବଦା ଋଣରେ ବୁଡି ରହିବେ

19

ଘର ର ଯଦି କୌଣସି ବାସ୍ତୁ ଦୋଷ ରହିଥାଏ ତାହେଲେ ବ୍ୟକ୍ତି ସର୍ବଦା ଋଣ ଭାରରେ ବୁଡି ରହିଥାଏ I ବେଳେ ବେଳେ ଏ ପରି ହୋଇଥାଏ ଯେ ଆମକୁ ଋଣଭାର ରୁ ମୁକ୍ତି ମିଳିବ କଷ୍ଟ କର ହୋଇ ପଡେ I ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଅସୁବିଧା କୁ ଏଡ଼ାଇବା ପାଇଁ ଆମେ ଘରେ ଯଦି ଛୋଟ ଛୋଟ ଜିନିଷ ପ୍ରତି ଧାନ ଦେବୁ ତେବେ ଋଣ ଭାର ହାଲୁକା ହୋଇପାରେ ଇ ଆସନ୍ତୁ ଜାଣିବା ଏହି ବାସ୍ତୁ ଦୋଷ ନିବାରଣ ର ଉପାୟ :

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ
ନିଜ ପୂଜା ଘରେ କିମ୍ବା ଦୋକାନ ରେ ଦେବୀ ଲକ୍ଷ୍ମୀ ଏବଂ କୁବେରଙ୍କ ପ୍ରତିମା କିମ୍ବା ଫୋଟ ଯଦି ଲାଗାଇଥାନ୍ତି ,ତାହା ଉତ୍ତର ଦିଗରେ ଲଗାନ୍ତୁ I ବାସ୍ତୁ ଅନୁଯାୟୀ, ଉତ୍ତର ଦିଗଟି ଲକ୍ଷ୍ମୀ ଏବଂ କୁବେରଙ୍କ ସ୍ଥାନ I ତେଣୁ ଏହି ସ୍ଥାନ ରେ ଦେବୀ ଲକ୍ଷ୍ମୀ ଏବଂ କୁବେରଙ୍କ ମୂର୍ତ୍ତି ସ୍ଥାପନ କରି ନିୟମିତ ପୂଜା କଲେ ବହୁ ଜଲ୍ଦି ଋଣ ରୁ ମୁକ୍ତି ମିଳିଥାଏ I ଏହାବାଦ ଘରେ ଖାଦ୍ୟ ଖାଇବା ପରେ ଅଇଁଠା ବାସନ କୁ ବେଶିଣ ରେ ଜମା ନ ରଖି ତୁରନ୍ତ ଧୋଇ ଦିଅନ୍ତୁ I ରୋଷେଇ ଘରେ ଅଇଁଠା ବାସନ ରହିବ ଦ୍ୱାରା ମା’ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରେ ଦାରିଦ୍ର୍ୟତା ପିଛା ଛାଡି ନ ଥାଏ I ବ୍ୟକ୍ତି ର ଆର୍ଥିକ ଦୁର୍ଗତି ହେବା ସହିତ ସର୍ବଦା ଋଣ ଭାରରେ ବୁଡି ରହିଥାଏ IDon’t do thin in bathroom at home ,Will always be in debt

ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଦର୍ପଣକୁ ଘର କିମ୍ବା ଦୋକାନରେ ସର୍ବଦା ପୂର୍ବ-ଉତ୍ତର ଦିଗରେ ରଖିବା ଉଚିତ୍ I ଏହା କରିବା ଦ୍ୱାରା ଜୀବନରେ ଋଣ ଭାର ବୃଦ୍ଧି ହୁଏ ନାହିଁ I

ଯଦି ଆପଣ କାହାଠାରୁ ଋଣ ନେଇଛନ୍ତି କିମ୍ବା ଦେଇଛନ୍ତି , ତେବେ ଏହାର ପ୍ରଥମ କିସ୍ତି ମଙ୍ଗଳବାର ଦିନ ପ୍ରଦାନ କରନ୍ତୁ Iଏହା କରିବା ଦ୍ୱାରା ଆପଣ ଅତି ଶୀଘ୍ର ରୂଣରୁ ମୁକ୍ତି ପାଇଁ ପାରିବେ I

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର କିମ୍ବା କାର୍ଯ୍ୟାଳୟରେ ଦକ୍ଷିଣ-ପଶ୍ଚିମ ଦିଗରେ ବାଥରୁମ ରହିବା ଉଚିତ ନୁହେଁ। ଯଦି ଆପଣଙ୍କର ଏହି ଦିଗରେ ବାଥରୁମ ଅଛି, ତେବେ ଆପଣ ସର୍ବଦା ଋଣ ଭାରରେ ବୁଡ଼ି ଯାଇପାରନ୍ତି I ତେଣୁ ଏହାର ବାସ୍ତୁ ଦୋଷ ନିବାରଣ ପାଇଁ ବାଥରୁମ ର ଗୋଟିଏ କୋଣରେ ଲୁଣ ଭର୍ତ୍ତି ଏକ ପାତ୍ର ରଖନ୍ତୁ I ଏହା କରିବା ଦ୍ୱାରା ଘରୁ ବାସ୍ତୁ ତ୍ରୁଟି ଦୂର ହୋଇଥାଏ I

Comments are closed, but trackbacks and pingbacks are open.