ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ: ରାଘବ ଚଢା

242

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଦଳର ଉପନେତା ପଦରୁ ହଟାଯିବା ପରେ ସେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ଭିଡିଓ ସେୟାର କରି ସେ ନିଜର ମନର କଥା କହିବା ସହ ସଂସଦରେ ତାଙ୍କୁ କହିବାରୁ ଅଟକାଯିବା ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଦଳର ଉପନେତା ପଦରୁ ହଟାଯିବା ପରେ ସେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ଭିଡିଓ ସେୟାର କରି ସେ ନିଜର ମନର କଥା କହିବା ସହ ସଂସଦରେ ତାଙ୍କୁ କହିବାରୁ ଅଟକାଯିବା ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ରାଘବ ଚଢା ସଂସଦରେ ଉଠାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ତାଲିକା ମଧ୍ୟ ରଖିଛନ୍ତି ସେଗୁଡ଼ିକ ମଧ୍ୟରୁ ବିମାନବନ୍ଦରରେ ମହଙ୍ଗା ଖାଦ୍ୟ ଏବଂ ଖାଦ୍ୟରେ ଅପମିଶ୍ରଣ, ଜୋମାଟୋ ଏବଂ ବ୍ଲିଙ୍କିଟ୍ ଡେଲିଭରି ବଏମାନଙ୍କ ସମସ୍ୟା, ଟୋଲ୍ ପ୍ଲାଜାରେ ବ୍ୟାଙ୍କ ଶୁଳ୍କ ଜରିଆରେ ହେଉଥିବା ଶୋଷଣ, ମଧ୍ୟବିତ୍ତ ବର୍ଗଙ୍କ ଉପରେ ବଢୁଥିବା ଟିକସ ବୋଝ, ଟେଲିକମ୍ କମ୍ପାନୀଗୁଡ଼ିକ ୧୨ ମାସରେ ୧୩ଟି ରିଚାର୍ଜ ନେବା ଏବଂ ଡାଟା ରୋଲଓଭର ସମସ୍ୟା, କଣ୍ଟେଣ୍ଟ କ୍ରିଏଟରଙ୍କ ଧର୍ମଘଟ ସମ୍ପର୍କିତ ଦାବି ଇତ୍ୟାଦି। ରାଘବ କହିଛନ୍ତି ଯେ, ଆମ ଆଦମୀ ପାର୍ଟି ପକ୍ଷରୁ ସଂସଦକୁ ଜଣାଇ ଦିଆଯାଇଛି ଯେ ରାଘବ ଚଢାଙ୍କୁ ଆଉ କହିବାକୁ ଅନୁମତି ଦିଆ ନଯାଉ। “କାହିଁକି କେହି ମୋତେ କହିବାରୁ ଅଟକାଇବାକୁ ଚାହିଁବେ? ମୁଁ ଯେତେବେଳେ ବି କହୁଛି, ମୁଁ ଦେଶର କୋଟି କୋଟି ସାଧାରଣ ଲୋକଙ୍କ ହକ୍ ପାଇଁ କହୁଛି,” ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଉପନେତା ପଦରୁ ହଟିବା ପରେ ତାଙ୍କର ଏହି ଭିଡିଓ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed, but trackbacks and pingbacks are open.