ରୁପିର ଘରୋଇ ଉପଚାର

31

ଆଜିକାଲି ରୁପି ଏକ ସାଧାରଣ ସମସ୍ୟା । କେବଳ ଝିଅ ନୁହେଁ ପୁଅମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଦେଉଛି । ଶୁଷ୍କ ତଥା ସଂକ୍ରମିତ ଚର୍ମ ହେଉଛି ରୁପିର ମୂଳ କାରଣ । ଏଥିସହ ଫଙ୍ଗାଲ ଇନ୍‌ଫେକ୍ସସନ୍‌, ଅସନ୍ତୁଳିତ ଖାଦ୍ୟ, ଚିନ୍ତା ଯୋଗୁ ମଧ୍ୟ ରୁପି ହୋଇଥାଏ । ରୁପି ହେବା ଦ୍ୱାରା ମୁଣ୍ଡ କୁଣ୍ଡାଇ ହେବା ସହ ବେଳେବେଳେ ରକ୍ତ ମଧ୍ୟ ବାହାରିଥାଏ । ରୁପି ଦୂର କରିବା ପାଇଁ ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ସାମ୍ପୋ ଉପଲବ୍ଧ ହେଉଛି । ମାତ୍ର କିଛି ଦିନ ପରେ ପୁଣି ରୁପି ହେଉଥିବା ନଜର ଆସୁଛି । ତେବେ ଘରୋଇ ଉପାୟରେ ମଧ୍ୟ ରୁପି ଦୂର କରାଯାଇଯାଇପାରିବ । ଆସନ୍ତୁ ଜାଣିବା ରୁପିର ଘରୋଇ ଉପଚାର…

  • ଗ୍ରୀନ୍ ଟି, ପିପରମେଣ୍ଟ ଅଏଲ ଓ ହ୍ୱାଇଟ୍ ଭିନେଗାରକୁ ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ । ଲଗାଇବାର ଅଧଘଣ୍ଟା ପରେ ମୁଣ୍ଡକୁ ଭଲ ଭାବେ ଉଷୁମ ପାଣିରେ ଧୋଇଦେବା ଉଚିତ ।
  • କିଛି ନିମ ପତ୍ରକୁ ପାଣିରେ ଭଲଭାବେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇବା ଦ୍ୱାରା ରୁପି ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ସାମ୍ପୋରେ ୨-୩ଟି ଆସପ୍ରିନ୍ ବଟିକା ମିଶାଇ ସେଥିରେ ଚୁଟିକୁ ଭଲଭାବେ ସଫା କରନ୍ତୁ । ଏଭଳି ୩-୪ ଥର କରିବା ଦ୍ୱାରା ରୁପି ଦୂର ହୋଇଥାଏ ।
  • ନଡ଼ିଆ ତେଲରେ କିଛି ଟି-ଟ୍ରି ଅଏଲ୍ ମିଶାଇ ଚୁଟିରେ ଭଲଭାବେ ମାଲିସ କରନ୍ତୁ । ୧ ଘଣ୍ଟା ପରେ ସାମ୍ପୋରେ ଚୁଟି ସଫା କରି ଦିଅନ୍ତୁ । ଦେଖିବେ ଆସ୍ତେ ଆସ୍ତେ ରୁପି ସମସ୍ୟା ଦୂର ହେଉଛି ।
  • ଲେମ୍ବୁ ରସରେ କିଛି ପାଣି ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା ମଧ୍ୟ ରୁପି ସଫା ହୋଇଥାଏ ।
  • ରୁପିରୁ ମୁକ୍ତି ପାଇଁ ବେକିଂ ସୋଡ଼ା ମଧ୍ୟ ବ୍ୟବହାର କରିପାରିବେ । କେଶକୁ ସାମାନ୍ୟ ଓଦା କରି ସେଥିରେ କିଛି ବେକିଂ ସୋଡ଼ା ଘଷନ୍ତୁ । ପରେ ସାମ୍ପୋରେ ଭଲଭାବେ ସଫା କରନ୍ତୁ ଯେପରି ସୋଡ଼ା ଅଂଶ ମୁଣ୍ଡରେ ଲାଗିରହିବ ନାହିଁ । ଦେଖିବେ ରୁପି ଆଉ ହେବ ନାହିଁ ।

Comments are closed, but trackbacks and pingbacks are open.