ଫ୍ରିଜରେ ଖାଦ୍ୟ ରଖି ଖାଉଛନ୍ତି କି ; ସ୍ୱାସ୍ଥ୍ୟ ପାଇଁ କେତେ ହାନି

29

ବର୍ତ୍ତମାନର ଡିଜିଟାଲ ଯୁଗରେ ଅନେକଙ୍କ ପାଖରେ ସମୟ ମିଳୁନି । ଫଳରେ ସେମାନେ ଖାଦ୍ୟ ରାନ୍ଧି ତାକୁ ଫ୍ରିଜରେ ରଖିଦିଅନ୍ତି । ଏଥିସହିତ ପରବର୍ତ୍ତି ସମୟରେ ଏହାକୁ ଗରମ କରି ସେବନ କରନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଫ୍ରିଜରେ ଖାଦ୍ୟ ରଖି ଏହାକୁ ସେବନ କରିବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ ।

ଏଥିସହିତ କିଛି ଦିନ ଧରି ଫ୍ରିଜରେ ରହିଥିବା ଖଗାଦ୍ୟ ସେବନ କରିବା ଦ୍ୱାରା ମଧ୍ୟ ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଘଟଣାକି ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସେମାନଙ୍କ ମତ ଦେଇଛନ୍ତି ଏବଂ କହିଛନ୍ତି ଯେ ଫ୍ରିଜରେ ରନ୍ଧା ଖାଦ୍ୟ ରଖିବା ଉଚିତ୍ ନୁହେଁ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଦୀର୍ଘ ଦିନ ଧରି ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖାଇବାର ଅସୁବିଧା କ’ଣ ଏବଂ ଏହାକୁ କେତେ ଦିନ ରଖିବା ଉଚିତ୍ ।

ତେବେ ବିଶେର୍ଷମାନଙ୍କ ତଥ୍ୟ ଅନୁଯାୟୀ, ଜଳରେ ଦ୍ରବୀଭୂତ ଭିଟାମିନ୍ ସବୁଠୁ ଅସ୍ଥିର ହୋଇଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ସହଜରେ ଏବଂ ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ରୋଷେଇ ସମୟରେ ହିଁ ସେହିସବୁ ଖାଦ୍ୟ ଅଧିକାଂଶ କ୍ଷତି ହୋଇଥାଏ । କାରଣ ଉତ୍ତାପ ଭିଟାମିନ୍ ନଷ୍ଟ କରେ, ଏବଂ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ପୋଷକତତ୍ୱ ମଧ୍ୟ ନଷ୍ଟ ହୋଇଯାଏ । ତେଣୁ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ରନ୍ଧାଖାଦ୍ୟକୁ ଯଦି ଏୟାରଟାଇଟ୍ ପାତ୍ରରେ ରଖାଯାଏ, ତେବେ ଏହା ଦୁଇ-ତିନି ଦିନ କିମ୍ବା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।

Comments are closed, but trackbacks and pingbacks are open.