ହଳଦୀ ର ପ୍ରୟୋଗ ଏପରି କରନ୍ତୁ,ମିଳିବ ଅପାର ସଫଳତା

17

ହିନ୍ଦୁ ଧର୍ମରେ ହଳଦୀ ଭଗବାନ ବିଷ୍ଣୁ ଏବଂ ଗୁରୁ ଗ୍ରହ ବୃହସ୍ପତି ଙ୍କ ସହିତ ଜଡିତ । ତାଙ୍କ ଅନୁଗ୍ରହରେ, ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ ଶୀତ ସୌଭାଗ୍ୟ ବୃଦ୍ଧି ହୋଇଥାଏ I ଯଦି ଭଗବାନ ବିଷ୍ଣୁ ଏବଂ ଗୁରୁ ଗ୍ରହର ବୃହସ୍ପତି ଙ୍କର କୃପା ନ ଥାଏ ତେବେ ସମସ୍ତ ପ୍ରୟାସ ପରେ ମଧ୍ୟ ଜୀବନରେ ସୁଖ ସମୃଦ୍ଧି ଆସେ ନାହିଁ I ଭଗବାନ ବିଷ୍ଣୁ ଓ ବୃହସ୍ପତି ଙ୍କ କୃପାରୁ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ପାଇଁ ରାସ୍ତା ସହଜ ହୋଇଯାଏ I ଆଜି ଆମେ ହଳଦୀ ର ଏପରି କିଛି ଉପଚାର ବିଷୟରେ ଆପଣଙ୍କୁ କହିବା :

ଗୁରୁବାର ଦିନ ପୂଜା ସମୟରେ ଭଗବାନ ବିଷ୍ଣୁଙ୍କୁ ଚନ୍ଦନ ସହିତ ହଳଦୀ ମିଶାଇ ପ୍ରଭୁ ଙ୍କୁ ତିଳକ ଲଗାନ୍ତୁ I ଏହା ଦ୍ୱାରା ବିଳମ୍ବ ବିବାହ ସଂଶୟ ଦୂର ହୋଇଥାଏ I ଏବଂ ଦାମ୍ପତ୍ୟ ଜୀବନର ସମସ୍ୟା ଦୂର କରିବା ପାଇଁ ଏହା ଏକ ଭଲ ଉପାୟ I

ଗୁରୁବାର ଦିନ ପୂଜା କରିବା ସମୟରେ, ହାତ ମଣିବନ୍ଧ ରେ ଓ ବେକରେହଳଦୀ ର ଏକ ଛୋଟ ଟିକା ଲଗାନ୍ତୁ ,ଏହାଦ୍ୱାରା ଆପଣଙ୍କର ବୃହସ୍ପତି ଗ୍ରହ ମଜବୁତ ହେବ ସହିତ, ପ୍ରତ୍ୟେକ କାର୍ଯ୍ୟରେ ସଫଳତାପ୍ରଦାନ କରିଥାନ୍ତି I

ଗୁରୁବାର ଦିନ ଗାଧୋଇବା ପାଣିରେ ଏକ ଚାମଚ ହଳଦୀ ମିଶାଇ ଗାଧୋଇବା ଦ୍ୱାରା ଚାକିରି ବ୍ୟବସାୟରେ ଉନ୍ନତି ହେବା ସହିତ ଆୟ ବୃଦ୍ଧି ହୋଇଥାଏ I

ଯେତେବେଳେ ବି ଆପଣ ଏକ ସାକ୍ଷାତକାର କିମ୍ବା ପରୀକ୍ଷା ପାଇଁ ଯାଉଛନ୍ତି , ଏକ ରୁମାଲରେ ଅଳ୍ପ ହଳଦୀ ଗୁଡ଼ାଇ ରଖନ୍ତୁ I ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଏବଂ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ I

  • ଘରର ବାହ୍ୟ କାନ୍ଥରେ ଏବଂ ମୁଖ୍ୟ ଫାଟକରେ ହଳଦୀ ରେ ତିନୋଟି ରେଖା କିମ୍ବା ସ୍ୱସ୍ତିକ ତିଆରି କରନ୍ତୁ ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରେ ନାହିଁ I

ଗୁରୁବାର ଦିନ ଅବିବାହିତ ମାନେ କୌଣସି ଏକ କଦଳୀ ଗଛରେ ହଳଦିଆ ସୁତା ବାନ୍ଧି ପୂଜା କରନ୍ତୁ ଓ ପାଣିରେ ହଳଦୀ ମିଶାଇ ଗଛରେ ଅର୍ପଣ କରନ୍ତୁ ଏହା ସହିତ ହଳଦିଆ ପ୍ରସାଦ ଚଢIନ୍ତୁ ଏହା ଦ୍ୱାରା ବୃହସ୍ପତି ଶାନ୍ତି ହେବା ସହିତ ଶୀଘ୍ର ବିବାହ ,ଆର୍ଥିକ ସ୍ଥିତିରେ ଉନ୍ନତି ଆସିଥାଏ I

Leave A Reply

Your email address will not be published.