ଅକ୍ଷୟ ତୃତୀୟାରେ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

34

ବୈଶାଖ ଶୁକ୍ଳ ପକ୍ଷ ର ତୃତୀୟ ତିଥି କୁ ଅକ୍ଷୟ ତୃତୀୟା ପାଳନ କରାଯାଏ I ସନାତନ ଧର୍ମରେ ପ୍ରତ୍ୟେକ ତାରିଖର ନିଜସ୍ୱ ଗୁରୁତ୍ୱ ରହିଛି I ପ୍ରତ୍ୟେକ ମାସର କିଛି ପର୍ବ ବା ଉପବାସ କରାଯାଇଥାଏ I ସେହିଭଳି ଅକ୍ଷୟ ତୃତୀୟା ପର୍ବ ରେ ଚାଷୀକୁଳ ବର୍ଷକ ର ଚାଷ କ୍ଷୟ ନ ହେବା ପାଇଁ ପ୍ରଥମ ବିହନ ଅକ୍ଷିମୁଠି ଅନୁକୂଳ କରି କ୍ଷେତରେ ବୁଣିଥାନ୍ତି I ଏହି ବର୍ଷ ଅକ୍ଷୟ ତୃତୀୟା ୩ ମଇ, ବୁଧବାର ଦିନ ପାଳନ କରାଯାଉଛି I ଏହି ଦିନ ପୂଜାପାଠ, ଜପ ଏବଂ ଦାନର ମହତ୍ତ୍ୱ ବିଷୟରେ କୁହାଯାଇଛି। ସେହିଭଳି ଅକ୍ଷୟ ତୃତୀୟା ଦିନ ଦେବୀ ମା’ଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ I ଏହି ଦିନ ଭକ୍ତି ଭାବରେ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧତା ଆସିଥାଏ I

ଏହି ଦିନ ପର୍ଶୁରାମ ଜୟନ୍ତୀ ପାଳନ କରାଯାଏ I ଏହା ଏକ ଅଖଣ୍ଡ ଶୁଭ ଦିନ କୌଣସି ମୁହୂର୍ତ ନ ଦେଖି ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ କରାଯାଇପାରିବ ବୋଲି ବିଶ୍ୱାସ କରାଯାଏ I ଏହି ଶୁଭ ସମୟରେ ବିବାହ, ଗୃହ ପ୍ରବେଶ ,ନୂତନ ବ୍ୟବସାୟ ଆରମ୍ଭ ଇତ୍ୟାଦି କରାଯାଇଥାଏ I ଆସନ୍ତୁ ଜାଣିବା ଏହି ଦିନ ଘରେ କଣ କରିବା ଓ କଣ ନ କରିବା ବିଷୟରେ :

ଭୁଲ ରେ ମଧ୍ୟ ଘରେ ଅନ୍ଧକାର କରନ୍ତୁ ନାହିଁ
ବିଶ୍ୱାସ ରହିଛି ଯେ ଅକ୍ଷୟ ତୃତୀୟା ଦିନ , ଘର ଅପରିଷ୍କାର କରନ୍ତୁ ନାହିଁ। ଘରର କୌଣସି କୋଠରୀ କୁ ଅନ୍ଧକାର କରିବେ ନାହିଁ I ସନ୍ଧ୍ୟା ବେଳକୁ ଶୁଦ୍ଧ ଘିଅ ର ଦୀପ ଜାଳନ୍ତୁ ଏପରି କଲେ ମାତା ଲକ୍ଷ୍ମୀ ଙ୍କ କୃପା ପଡିଥାଏ I ଏବଂ ଆଶୀର୍ବାଦ ସବୁବେଳେ ଭକ୍ତଙ୍କ ଉପରେ ବର୍ଷା ହୋଇଥାଏ I

ଅକ୍ଷୟ ତୃତୀୟା ଦିନ ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିବା ଉଚିତ। ମାତ୍ର ଅଲଗା ଅଲଗା ପୂଜା କରନ୍ତୁ ନାହିଁ। ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହେବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ଅକ୍ଷୟ ତୃତୀୟା ଦିନ କିଣାକିଣା କରିବାକୁ ଯିବା ପରେ ଖାଲି ହାତରେ ଘରକୁ ଫେରନ୍ତୁ ନାହିଁ। ସମ୍ଭବତଃ ରୁପା କିମ୍ବା ଅଳ୍ପ ମୂଲ୍ୟର ସୁନା କିଣନ୍ତୁ। କିମ୍ବା ଧାତୁର ନିର୍ମିତ ବସ୍ତୁ ମଧ୍ୟ କିଣି ପାରିବେ।

ଏହି ଦିନ ସ୍ନାନ ନକରି ତୁଳସୀ ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ। ଭଗବାନ ବିଷ୍ଣୁଙ୍କ ପୂଜା କରିବା ସହ ଭୋଗରେ ତୁଳସୀ ଅର୍ପଣ କରନ୍ତୁ ।
ଏହି ଦିନ ଶାନ୍ତ ମନରେ ମା’ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ମା’ଙ୍କର ବିଶେଷ କୃପା ହୋଇଥାଏ। ପୂଜା ସମୟରେ କ୍ରୋଧ କରନ୍ତୁ ନାହିଁ।

Comments are closed, but trackbacks and pingbacks are open.