ଆର୍ଥ୍ରାଇଟିସ୍ ଯନ୍ତ୍ରଣା ପାଇଁ କରନ୍ତୁ ଏହି ଉପାୟ

17

ଆର୍ଥ୍ରାଇଟିସ୍ ଯନ୍ତ୍ରଣା: ଆଣ୍ଠୁ ଗଣ୍ଠି ଦରଜ ପାଇଁ କରନ୍ତୁ ଏହି ଉପାୟ ଶୀତଦିନେ ଆର୍ଥ୍ରାଇଟିସ୍ ଯନ୍ତ୍ରଣା କଷ୍ଟଦାୟକ ହେବ ନାହିଁ

କର୍ମ ଚଂଚଳ ରୁହନ୍ତୁ
ଶୀତଦିନେ ନିୟମିତ ବ୍ୟାୟାମ କରନ୍ତୁ I ଶୀତଦିନେ ପାଦ ଟାଣ ହେବା ସହିତ ଗୋଇଠି ଯନ୍ତ୍ରଣା ହୋଇଥାଏ I ଯେଉଁଥିପାଇଁ ଆପଣ ବ୍ୟାୟାମ କରିବାରେ ଅସୁବିଧା ଅନୁଭବ କରନ୍ତି I ଅନେକ ଥର ଲୋକମାନେ ମଧ୍ୟ ଭାବନ୍ତି ଯେ ବ୍ୟାୟାମ ହେତୁ ଗଣ୍ଠି ଯନ୍ତ୍ରଣା ହେଉଛି, କିନ୍ତୁ ତାହା ନୁହେଁ ପ୍ରକୃତ ରେ କିଛି ଶାରୀରିକ ଅସୁସ୍ଥତା ଯନ୍ତ୍ରଣା ଅଧିକ ହୁଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ I

ଗରମ ଚିକିତ୍ସା (ହିଟ ଥେରାପି)
ଆର୍ଥ୍ରାଇଟିସ୍ ଯନ୍ତ୍ରଣାରେ ହିଟ୍ ଥେରାପି ଆପଣଙ୍କୁ ସାହାଯ୍ୟ କରିବ I ଏକ ଟବରେ ଉଷୁମ ପାଣି ନିଅନ୍ତୁ ଏବଂ ପାଦକୁ କିଛି ସମୟ ପାଇଁ ବୁଡ଼ାଇ ରଖନ୍ତୁ I ପାଦ ଗରମ ହେଲାପରେ ଟବରୁ କାଢି ଭଲ ଭାବରେ ପୋଛି ମୋଜା ପିନ୍ଧିଲେ ମଧ୍ୟ ଆପଣଙ୍କୁ ଆରାମ ମିଳିବ I

ଓଜନ ହ୍ରାସ କରନ୍ତୁ
ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ, ଆପଣ ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ଜରୁରୀ ଅତ୍ୟଧିକ ଓଜନ ଆଣ୍ଠୁ ଉପରେ ଚାପ ପକାଇଥାଏ I ଏହାଦ୍ୱାରା ଅଣ୍ଟା ଏବଂ ଆଣ୍ଠୁରେ ଯନ୍ତ୍ରଣା ହୋଇଥାଏ I ଓଜନ ହ୍ରାସ କରିବା ପାଇଁ ଆପଣ ଯାହା ବି ଖାଦ୍ୟ ଖାଆନ୍ତୁ, ଖାଇସାରିବା ର ୧୫ ମିନିଟ ପରେ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ I

ମାଲିସ ର ଲାଭ
ଜର୍ନାଲ୍ ଅଫ୍ ଅଲ୍ଟୋରନେଟିଭ ଏବଂ ସପ୍ଲିମେଣ୍ଟାରୀ ମେଡିସିନ୍ ର ଏକ ଅନୁସନ୍ଧାନ ଅନୁଯାୟୀ, ସପ୍ତାହରେ ଥରେ ଲେଖାଏ ପ୍ରାୟ ୮ ସପ୍ତାହ ପର୍ଯ୍ୟନ୍ତ ମସାଜ୍ କରିବା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ସ୍ୱୟଂ ଚଳିତ ହୋଇ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ କମ କରିବ I ଏହା ଦ୍ୱାରା ମାଂସପେଶୀକୁ ମଧ୍ୟ ଆରାମ ମିଳିଥାଏ I

ହାଇଡ୍ରେସନ୍
ଶୀତଦିନେ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ I ଶୀତଦିନେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ I ଲୋକମାନେ ଅନୁଭବ କରନ୍ତି ଯେ କେବଳ ଗ୍ରୀଷ୍ମ ରୁତୁରେ ହାଇଡ୍ରେଟେଡ୍ ରହିବା ଆବଶ୍ୟକ ଏବଂ ଶୀତଦିନେ ନୁହେଁ, ଶୀତଦିନେ ଶରୀରକୁ ଅଧିକ ତୈଳୀୟ ଏବଂ ଆର୍ଦ୍ରତା ଦରକାର ହେଇଥାଏ I ଶୀତଦିନେ ଶରୀର ର ଯନ୍ତ୍ରଣା କମାଇବା ପାଇଁ ପ୍ରତିଦିନ ୮ ଗ୍ଲାସ୍ ପାଣି ପିଇବା ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ I ତେବେ ଆପଣ ଯାହା ବି କରନ୍ତୁ ଯନ୍ତ୍ରଣା ଅଧିକ ହେଲେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ I

Leave A Reply

Your email address will not be published.