ଶୁକ୍ରବାର ଦିନ ବନ୍ଦ ତାଲାରେ କରନ୍ତୁ ଏହି ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ୟ

27

ସମସ୍ତ ବ୍ୟକ୍ତି ଙ୍କୁ ପ୍ରାୟତଃ ଅର୍ଥ ପଛରେ ଦୌଡୁଥିବାର ଦେଖାଯାଏ I ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ବ୍ୟକ୍ତି ଦିନରାତି କଠିନ ପରିଶ୍ରମ କରନ୍ତି, ଯାହାଫଳରେ ଜଣେ ସୁଖ ଏବଂ ଶାନ୍ତି ସହିତ ଜୀବନ ବଞ୍ଚିପାରିବ I କିନ୍ତୁ ଅନେକ ଥର ଜଣେ ବ୍ୟକ୍ତି ଯାହା ପାଇବାକୁ ଯୋଗ୍ୟ ତାହା ପାଇ ନଥାଏ I କଠିନ ପରିଶ୍ରମ ସତ୍ୱେ ମଧ୍ୟ ବ୍ୟକ୍ତି ନିରାଶ ହୋଇଥାଏ ଇ କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ, ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବା ଏବଂ ସୁପ୍ତ ଭାଗ୍ୟକୁ ଜାଗ୍ରତ କରିବାର ଅତୁଟ ଉପାୟ କୁହାଯାଇଛି I ଏଗୁଡିକ କରିବା ଦ୍ୱାରା ବ୍ୟକ୍ତିର ବନ୍ଦ ଭାଗ୍ୟ ମଧ୍ୟ ତୁରନ୍ତ ଖୋଲି ଯାଇ ଆଶାର ଆଲୋକ ପ୍ରବେଶ କରିଥାଏ I ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ମଧ୍ୟରୁ ଗୋଟିଏ ଉପାୟ ବିଷୟରେ ।

ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ :

ଶୁକ୍ରବାର ଦିନ ବଜାରରୁ ଏକ ବନ୍ଦ ତାଲା କିଣନ୍ତୁ । ଏହି ତାଲା ନିଜେ ଖୋଲନ୍ତୁ ନାହିଁ କି ଦୋକାନୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାକୁ ଖୋଲିବାକୁ ଦିଅନ୍ତୁ ନାହିଁ । ଘରକୁ ଆଣି ଏହି ତାଲାକୁ ଆପଣଙ୍କ ଶୋଇବା ସ୍ଥାନର ମୁଣ୍ଡ ଉପେ ରଖିଦିଅନ୍ତୁ । ଆପଣଙ୍କ ଶୋଇବା ସ୍ଥାନରେ ଏହି ତାଲାକୁ ରଖନ୍ତୁ ଏବଂ ତାପର ଦିନ ସକାଳେ ନ ଗାଧୋଇ ଏହି ତାଲାକୁ ବର ଗଛ ମୂଳେ ରଖିଦିଅନ୍ତୁ । ସେହିଠାରେ ଏହା କୁହନ୍ତୁ ଯେ, ମୁଁ ମୋର ବନ୍ଦ ଭାଗ୍ୟକୁ ତୁମକୁ ହସ୍ତାନ୍ତର କରି ଯାଉଛି । ତାଲାକୁ ଗଛ ମୂଳରେ ରଖିବା ପରେ ପଛକୁ ଦେଖନ୍ତୁ ନାହିଁ କି ପୁଣି ତାଲାକୁ ଛୁଅନ୍ତୁ ନାହିଁ । ସିଧା ସିଧା ଘରକୁ ପଳାଇ ଆସନ୍ତୁ ।

ଏହାପରେ ଯେକୌଣସି ବ୍ୟକ୍ତି ସେହି ତାଲାକୁ ନେଇ ଖୋଲିବ ସେତେବେଳେ ତୁମ ଭାଗ୍ୟ ମଧ୍ୟ ତାଲା ଭଳି ଖୋଲିଯିବ । ଏହି ଉପାୟକୁ ଶୁକ୍ଳ ପକ୍ଷ ଶୁକ୍ରବାର ଦିନ କରିବା ଅତ୍ୟନ୍ତ ଭଲ ଅଟେ । ଏହି ଉପାୟ ଲଗାତର ତିନି ଶୁକ୍ରବାର ପାଇଁ କରିବାକୁ ପଡିବ । ଏହାସହ ଶୁକ୍ରବାର ଦିନ କନକଧରା ସ୍ତୋତ୍ରକୁ ନିୟମିତ ପଢନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ବନ୍ଦ ଭାଗ୍ୟ ଖୋଲିଯିବ ଏବଂ ମା’ ଲକ୍ଷ୍ମୀ କୃପା ବର୍ଷା କରିବେ ।

Comments are closed, but trackbacks and pingbacks are open.