ଜୀବନରେ ସୁଖ ସମୃଦ୍ଧି ଓ ପ୍ରଗତି ପାଇଁ ପ୍ରତ୍ୟକ ରବିବାର କରନ୍ତୁ ଏହି ଉପାୟ

0 30

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ହେଉଛନ୍ତି ସୌର୍ଯ୍ୟ ,ସମ୍ମାନ ,ପ୍ରତିଷ୍ଠା ଏବଂ କର୍ମ ର ଦେବତା I ଯେଉଁ ଜାତକ ଙ୍କ ସୂର୍ଯ୍ୟ କ୍ଷେତ୍ର ଯେତେ ଅଧିକ ଉଚ୍ଚରେ ଥାଏ ସେହି ବ୍ୟକ୍ତି ଙ୍କ ଜୀବନରେ ,ମାନ, ସମ୍ମାନ,ପ୍ରତିଷ୍ଠା, ସେତେ ଅଧିକ ବୃଦ୍ଧି ହୋଇଥାଏ I ବଡ଼ ବଡ଼ ଚାକିରୀରେ ରେ ଅଧିଷ୍ଠିତ ହୋଇଥାନ୍ତି I

ରବିବାର ଦିନ ଟି ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଏ I ଏହାର କାରଣ ହେଉଛି ଏହି ଦିନ ସୂର୍ଯ୍ୟ ଦେବତା ଙ୍କ ପାଇଁ ଉତ୍ସର୍ଗୀକୃତ I ସୂର୍ଯ୍ୟ ହେତୁ ଆସିଥାଏ I ରାଶିରେ ସୂର୍ଯ୍ୟ ଦୁର୍ବଳ ହେଲେ ଜୀବନର ଅଗ୍ରଗତି ବନ୍ଦ ହୋଇଯାଏ I ଜୀବନ ରେ ସୁଖ ସମୃଦ୍ଧି ପ୍ରତିଷ୍ଠା ଉପରେ ଆଞ୍ଚ ଆସିଥାଏ ଏବଂ ଜାତକ ଙ୍କୁ ଦାରିଦ୍ର୍ୟତା ଭୋଗ କରିବାକୁ ପଡେ I ତେଣୁ ରବିବାର ଦିନ ଏହି ଉପାୟ କରନ୍ତୁ I

ତୁଳସୀ ପରିକ୍ରମା
ରବିବାର ଦିନ ଜଲ୍ଦି ସକାଳେ ଉଠି ନିଜର ନିତ୍ୟକର୍ମ ସାରି ଉଦିତ ସୂର୍ଯ୍ୟ ବା ବାଳ ସୂର୍ଯ୍ୟଂକୁ ପାଣି ରେ ସମାନ୍ୟ ଗୁଡ଼ ଓ କ୍ଷୀର ମିଶାଇ ଅର୍ପଣ କରନ୍ତୁ I ସୂର୍ଯ୍ୟଂକୁ ପୂଜା କଲା ବେଳେ ଲାଲ ମନ୍ଦାର ଫୁଲ ଅର୍ପଣ କରନ୍ତୁ I’ଏହା ସହିତ ସୂର୍ଯ୍ୟ ଙ୍କ ପୂଜା ସାରି ତୁଳସୀ ଙ୍କୁ ପୂଜା କରନ୍ତୁ ,ତୁଳସୀ ପୂଜା ସମୟରେ ‘ଓମ୍ ନାମୋ ଭଗବତେ ବାସୁଦେବାୟ ‘ ମନ୍ତ୍ର ଜପକରି ୧୧ ଥର ତୁଳସୀପରିକ୍ରମା କରନ୍ତୁ I ଏହି ପରିକ୍ରମା ସମୟରେ ତୁଳସୀ ଙ୍କୁ ୧୧ ଥର ଅଳ୍ପ ଅଳ୍ପ ପାଣି ମଧ୍ୟ ତୁଳସୀ ଗଛରେ ଦିଅନ୍ତୁ Iଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ I ଆର୍ଥିକ ସମସ୍ୟା ର ସମାଧାନ ହୁଏ I
ଶୁଦ୍ଧ ଘିଅ ର ଦୀପ ଜଳାନ୍ତୁ
ରବିବାର ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଶୁଦ୍ଧ ଗୁଆ ଘିଅର ଦୀପ ଜଳାନ୍ତୁ Iଏହା ବ୍ୟତୀତ, ରବିବାର ଦିନ ଶିବ ମନ୍ଦିର ଯାଇ ରେ ଶିବ ପାର୍ବତୀ ଙ୍କୁ ରୁଦ୍ରାକ୍ଷ ଅର୍ପଣ କରି ପୂଜା କରି ଆସନ୍ତୁ ଇ ଏହା କରିବା ଦ୍ୱାରା ସୂର୍ଯ୍ୟ ଙ୍କ ସହିତ ମତ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି I ଏବଂ ଜୀବନ ରେ ସୁଖ ସମୃଦ୍ଧି ବଢି ଥାଏ I
ଅରୁଆ ଚାଉଳ କ୍ଷୀର ଏବଂ ଗୁଡ଼
ରବିବାର ଅରୁଆ ଚାଉଳ ,କ୍ଷୀର ଗୁଡ଼ ମିଶାଇ ଖିରି ପ୍ରସ୍ତୁ କରି ଖାଆନ୍ତୁ I ଏହା ବ୍ୟତୀତ, ଏହି ଦିନ ଗହମ ଏବଂ ଗୁଡ଼ କୁ ଲାଲ କପଡ଼ାରେ ବାନ୍ଧି ଅଭାବୀ ଲୋକଙ୍କୁ ଦାନ ଦିଅନ୍ତୁ I ଜୀବନ ରେ ଉନ୍ନତି ଆସିଥାଏ I
ଆଦିତ୍ୟ ହୃଦୟ ସ୍ତୋତ୍ର
ରବିବାର ଦିନ ଘରେ ସୁଖ ଏବଂ ସମୃଦ୍ଧତା ପାଇଁ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ Iରବିବାର ଦିନ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିଛି ମିଠା କିମ୍ବା ଗୁଡ଼ ଖାଇ ପାଣି ପି ସାରି କାର୍ଯ୍ୟ ଆରମ୍ଭ କରନ୍ତୁ I ରବିବାର ଦିନଟି ଯଦି ପାରୁଛନ୍ତି ସୂର୍ଯ୍ୟଙ୍କ ପାଇଁ ସାତ୍ଵିକ ଭୋଜନ କରନ୍ତୁ ଏହା ଘରର ଉଭୟ ପୁରୁଷ ଓ ମହିଳା ଏକାଠି ମାନିବା ଉଚ୍ଚିତ I ଜୀବନରେ ସୁଖ ସମୃଦ୍ଧି ପ୍ରଗତି ପାଇଁ ଏହା ପ୍ରତ୍ୟକ ରବିବାର କରନ୍ତୁ, ବହୁ ପରୀକ୍ଷିତ ଏବଂ ସରଳ ଉପାୟ I

Leave A Reply

Your email address will not be published.