ଘରେ ସୁଖ ସମୃଦ୍ଧି ପାଇଁ ପ୍ରତିଦିନ କରନ୍ତୁ ଏହି କାମ

32

ଆମେ ମାନେ ସୁଖ ଶାନ୍ତିରେ ରହିବା ପାଇଁ ଅନେକ ପ୍ରୟାସ କରିଥାଉ I ଅପାର ଅର୍ଥ, ସମ୍ମାନ, ପ୍ରଗତି, ସୁଖ ପାଇବା ପ୍ରତ୍ୟେକ ମଣିଷର ଇଚ୍ଛା I ତଥାପି, ଅନେକ ଥର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ପରେ ମଧ୍ୟ ଆମେ ସଫଳ ହେଇ ନ ଥାଉ I ଏହି ସବୁରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି I ଆସନ୍ତୁ ଜାଣିବା ଏହି ପ୍ରଭାବଶାଳୀ ଉପାୟ ଗୁଡିକ କଣ :

ଆମର କର୍ମ ର ଗ୍ରହ ହେଉଛନ୍ତି ସୂର୍ଯ୍ୟ I ଯିଏ କି ଆପଣଙ୍କ କ୍ୟାରିଅର ରେ ସଫଳତା, ମାନ, ସମ୍ମାନ, କ୍ୟାରିୟରରେ ପ୍ରଗତି ପ୍ରଦାନ କକରିଥାନ୍ତି I ରାଶିରେ ସୂର୍ଯ୍ୟଙ୍କୁ ମଜବୁତ କରିବା ପାଇଁ, ପ୍ରତିଦିନ ସକାଳେ ଗାଧୋଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ I ଯଦି ସମ୍ଭବ, ରୋଲି, ଅକ୍ଷତକୁ ପାଣିରେ ମିଶାଇ , ଅର୍ଘ୍ୟ ଦେଲେ ଶୁଭ ଫଳ ମିଳିଥାଏ I ସୂର୍ଯ୍ୟଂକୁ ଅର୍ଘ୍ୟ ପାଣିରେ ଯଦି ପାରୁଛନ୍ତି ସାମାନ୍ୟ କ୍ଷୀର କିମ୍ବା ମହୁ ମିଶାଇ ଅର୍ପଣ କରନ୍ତୁ Iଏହା ଦ୍ୱାରା କ୍ୟାରିଅର୍ ଉଜ୍ଜ୍ୱଳ ହେବା ସହିତ ଆୟ ମଧ୍ୟ ବୃଦ୍ଧି ପାଇବ I

ହିନ୍ଦୁ ଧର୍ମରେ ତୁଳସୀ ଙ୍କୁ ଦେବୀ ଲକ୍ଷ୍ମୀଙ୍କ ରୂପ ଭାବରେ ବିବେଚନା କରାଯାଏ। ସମୃଦ୍ଧିଶାଳୀ ହେବା ପାଇଁ ମା ଲକ୍ଷ୍ମୀଙ୍କ କୃପା ଆବଶ୍ୟକ I ତେଣୁ ଘରେ ତୁଳସୀ ଗଛ ଲଗାନ୍ତୁ ଏବଂ ଏହାକୁ ପ୍ରତିଦିନ ପୂଜା କରନ୍ତୁ I ପ୍ରତିଦିନ ସକାଳେ ସ୍ନାନ କରି ତୁଳସୀ ଚଉରାରେ ପାଣି ଧୂପ ଦୀପ ଦେଇ ପୂଜା କରନ୍ତୁ I ସନ୍ଧ୍ୟାରେ ତୁଲସୀ ଚଉରାରେ ଦୀପ ଜାଳନ୍ତୁ I ଦୀପ ଲିଭିବା ପରେ ଏହାକୁ ତୁଳସୀ ଚୌରାରୁ ହଟାଇ ଦିଅନ୍ତୁ I ପ୍ରତିଦିନ ସକାଳେ ପ୍ରଥମେ ତୁଳସୀ ଚଉରା ଧୋଇ ପୂଜା କରିବେ I

ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ, କନକ ଧାରା ସ୍ତୋତ୍ର ଏବଂ ଲକ୍ଷ୍ମୀ ସ୍ତୋତ୍ର ପାଠ କରିବା ହେଉଛି ସର୍ବୋତ୍ତମ ଉପାୟ I ଏହା କଲେ ଘରର ଆର୍ଥିକ ସ୍ଥତିରେ ବହୁତ ଶୀଘ୍ର ଉନ୍ନତି ହୋଇଥାଏ I

ଭଗବାନ ଶିବଙ୍କ କୃପା ଜୀବନର ସମସ୍ତ ଦୁଃଖ ଓ ଯନ୍ତ୍ରଣା ଦୂର କରିଥାଏ I ଏହା ଜୀବନରେ ଅପାର ସୁଖ ଏବଂ ସମୃଦ୍ଧି ଆଣିଥାଏ I ତେଣୁ, ଶିବଲିଙ୍ଗର ଅଭିଷେକଙ୍କୁ ପ୍ରତିଦିନ କରନ୍ତୁ I ଯଦି ସମ୍ଭବ ହେଉଥାଏ କୌଣସି ଶିବ ମନ୍ଦିର ଯାଇ ମହାଦେବ ଙ୍କୁ କ୍ଷୀରାଭିଷେକ କରାନ୍ତୁ I

ରାତିରେ ରୋଷେଇ ଘରେ ଅଇଁଠା ବାସନ କୁସନ ରଖନ୍ତୁ ନାହିଁ I ଏହା ଦ୍ୱାରା ମା’ ଅନ୍ନପୂର୍ଣ୍ଣା ନାରାଜ ହୋଇଥାନ୍ତି I ଏହା କରିବା ଦ୍ୱାରା କାଙ୍ଗାଳି କେବେ ମଧ୍ୟ ପିଛା ଛାଡି ନ ଥାଏ I ରାତିରେ ଅଇଁଠା ବାସନ ଧୋଇ ରୋଷେଇ ଘର ଭଲ ଭାବରେ ପରିଷ୍କାର କରି ଶୁଅନ୍ତୁ I

Comments are closed, but trackbacks and pingbacks are open.