ସୂର୍ଯ୍ୟ ଉଦୟ ସମୟରେ କରନ୍ତୁ ଏହି କାମ, ଚମକିଉଠିବ ଭାଗ୍ୟ

15

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟଙ୍କ ଠାରୁ ହିଁ ଆମକୁ ଜୀବନ ଜିଇଁବାର ସ୍ତ୍ରୋତ ମିଳିଥାଏ। । ଏଥିପାଇଁ ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ବହୁତ ଉଚ୍ଚ ସ୍ଥାନ ଦିଆଯାଇଛି। ସୂର୍ଯ୍ୟଙ୍କୁ ଦେବତା ବୋଲି କୁହାଯାଏ। ଅନେକ ଲୋକ ପ୍ରତିଦିନ ସକାଳୁ ସ୍ନାନ ସାରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ରହିଛି । ସୂର୍ଯ୍ୟଙ୍କ କୃପାରୁ ହିଁ ଜୀବନରେ ସଫଳତା, ସ୍ୱାସ୍ଥ୍ୟ ଏବଂ ସୁଖ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ବି ସୂର୍ଯ୍ୟଙ୍କୁ ଗ୍ରହ ମାନଙ୍କର ରାଜା ବୋଲି କୁହାଯାଏ। ସୂର୍ଯ୍ୟଙ୍କ ସହ ଜଡିତ ଅନେକ ଉପାୟ ଏତେ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଧରାଯାଏ ଯେ ସେହି ଉପାୟକୁ କରିବା ଦ୍ୱାରା ଜୀବନର ସବୁ କଷ୍ଟ ଦୂର ହୋଇଯାଇଥାଏ। ତେଣୁ ଆଜି ଆମେ ସୂର୍ଯ୍ୟଙ୍କ ସହ ଜଡିତ ଏମିତି ହିଁ ଶକ୍ତିଶାଳୀ ଉପାୟ ବିଷୟରେ ଆଜି ଜଣାଇବୁ। ବହୁତ ପ୍ରଭାବଶାଳୀ ଏହି ଉପାୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ଏହି ଉପାୟ ବହୁତ ପ୍ରଭାବଶାଳୀ। ଜ୍ୟୋତିଷଙ୍କ ମୁତାବକ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ସେଥିରେ କିଛି ଜିନିଷ ମିଶାଇବା ଦ୍ୱାରା ଅନେକ ମନସ୍କାମନା ପୂରଣ ହୋଇଥାଏ। ଏହାସହିତ ଅମାପ ଟଙ୍କା ଏବଂ ସଫଳତା ମିଳିଥାଏ।
ରୋଲି :
ସୂର୍ଯ୍ୟଙ୍କୁ ରୋଲି ମିଶା ଜଳରେ ଅର୍ଘ୍ୟ ଦେବା ଦ୍ୱାରା ସୂର୍ଯ୍ୟ ଦୋଷ ଦୂର ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ। ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ।

ଫୁଲ :
ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କ ପୂଜାରେ ଫୁଲ ବ୍ୟବହାର କରିବାର ବହୁତ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଦେବଙ୍କୁ ଲାଲ (ମନ୍ଦାର) ଫୁଲ ମିଶା ଜଳ ଚଢାଇବା ଦ୍ବାରା ସବୁ କାମରେ ସଫଳତା ମିଳିଥାଏ।
ଅକ୍ଷତ ବା ଅରୁଆ ଚାଉଳ :
ହିନ୍ଦୁ ଧର୍ମରେ ଚାଉଳ ବା ଅକ୍ଷତକୁ ବହୁତ ଶୁଭ ବୋଲି ଧରାଯାଇଛି। ଜଳରେ ଅକ୍ଷତ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଚଢାଇବା ଦ୍ୱାରା ଜୀବନରେ ସୁଖ ଶାନ୍ତି ଭରି ରହିଥାଏ।

ମିଶ୍ରି :
ମିଶ୍ରି ମିଶା ଜଳ ଅର୍ଘ୍ୟ ଦେବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଜୀବନ ହସ ଖୁସିରେ ଭରି ଯାଏ।

ହଳଦୀ :
ସୂର୍ଯ୍ୟଙ୍କୁ ହଳଦୀ ମିଶ୍ରିତ ଜଳ ଚଢାଇବା ଦ୍ୱାରା ଜଲଦି ବିବାହ ଯୋଗ ଫିଟିଥାଏ। ବୈବାହିକ ଜୀବନ ସୁଖମୟ ରହିଥାଏ। ଧନ ଲାଭ ହୋଇଥାଏ।

ଏହା ବ୍ୟତୀତ ଆପଣ ଗୁଡ଼ କିମ୍ବା କ୍ଷୀର ପାଣିରେ ମିଶାଇ ସୂର୍ଯ୍ୟ ଦେବ ଙ୍କୁ ଅର୍ଘ୍ୟ ଦେଇପାରିବେ I ବିଧି ଅନୁସାରେ ସୂର୍ଯ୍ୟ ଉଦୟ ହେବାର ୧ ଘଣ୍ଟା ମଧ୍ୟରେ ବା ତିନି ଘଣ୍ଟା ମଧ୍ୟରେ ଜଳ ଅର୍ପଣ କରିବା ଉଚ୍ଚିତ I

Leave A Reply

Your email address will not be published.