ହୋଲିକା ଦହନ ପାଉଁଶ ରେ କରନ୍ତୁ ଏହି ୩ ଟି ଉପାୟ ବର୍ଷ ସାରା ଭାଗ୍ୟ ଚମକିବ

21

ଅସତ୍ୟ ଉପରେ ସତ୍ୟ ର ଜୟ ଭାବରେ ହୋଲିକା ଦହନ କୁ ବିଜୟର ପର୍ବ ବୋଲି ପାଳନ କରାଯାଏ I ଏହି ମାସ ହୋଲିକା ଦହନ ମାର୍ଚ୍ଚ ୧୭ ତାରିଖରେ ପଡୁଛି ଅର୍ଥାତ ଫାଲ୍ଗୁନ ପୂର୍ଣ୍ଣମୀ ତିଥିରେ ଏହାକୁ ପାଳନ କରାଯାଇଥାଏ I ହୋଲିକା ଦହନ ଏବଂ ପୂଜା ପରେ ହିଁ ଏହି ଦିନ ଖାଦ୍ୟ ଗ୍ରହଣ କରାଯିବା ଉଚିତ୍ ବୋଲି ବିଶ୍ୱାସ କରାଯାଏ I ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ବୋଲି ଧରାଯାଇ ଏହାର ପରଦିନ ରଙ୍ଗ-ଅବୀର ସହ ଆନନ୍ଦ ସହକାରେ ହୋଲି ଖେଳାଯାଇଥାଏ I ତେବେ ଧାର୍ମିକ ବିଶ୍ୱାସ ରହିଛି ଯେ ଯେ ହୋଲିକା ଦହନ ରେ ହୋଲିକା ରାକ୍ଷସୀ ଜାଳି ପୋଡି ପାଉଁଶ ହେବା ଭଳି ସଂସାରରୁ ନକାରାତ୍ମକ ଶକ୍ତିଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ I ହୋଲିକା ଦହନ ର ଶୁଭ ସମୟ ଜାଣନ୍ତୁ :

ହୋଲିକା ଦହନ ର ଶୁଭ ମହୁରତ
ପଞ୍ଚIଙ୍ଗ ଅନୁଯାୟୀ ହୋଲିକା ଦହନ୍ ଚଳିତ ବର୍ଷ ମାର୍ଚ୍ଚ ୧୭ ରେ ପଡୁଛି । ହୋଲିକା ଦହନ୍ ପୂଜା ପାଇଁ ଶୁଭ ସମୟ ରାତି ୯ .୨୦ ରୁ ୧୦ .୩୧ ମିନିଟ୍ ଅଟେ I ହୋଲିକା ଦହନ୍ ଏବଂ ପୂଜାପାଠ ପାଇଁ କେବଳ ୧ ଘଣ୍ଟା ୧୧ ମିନିଟ୍ ସମୟ ରହୁଛି Iଏହା ପରେ, ମାର୍ଚ୍ଚ ୧୮ ରେ ରଙ୍ଗ-ଅବିର ସହିତ ହୋଲି ଖେଳାଯିବ ଇ

ହୋଲି ଦିନ ର ବିଶେଷ ଯୋଗ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର ହୋଲି ପର୍ବ ସ୍ୱତନ୍ତ୍ର ହେବାକୁ ଯାଉଛି। ବାସ୍ତବରେ ଏହି ଦିନ ଅନେକ ଶୁଭ ଯୋଗ ପଡୁଛି I ଏଥର ଅମୃତ ଯୋଗ, ସର୍ବାର୍ଥ ସିଦ୍ଧ ଯୋଗ, ବିଦ୍ୟା ଯୋଗ ଏବଂ ଧୃବ ଯୋଗ ଏକାଠି ପଡୁଛି I ଏହା ସହିତ ବୃହସ୍ପତି ଏବଂ ବୁଧର ଆଦିତ୍ୟ ଯୋଗ ଗଠନ ହେବ I ଏହି ବୁଦ୍ଧାଦିତ୍ୟ ଯୋଗ ରେ ହୋଲି ପୂଜା କରିବା ଦ୍ୱାରା ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ I

ହୋଲିକା ଦହନ ପାଉଁଶ ରେ କରନ୍ତୁ ଏହି ପ୍ରତିକାର
ଯଦି ଘରେ ସବୁବେଳେ ଝଗଡା ଝାଟି ହେଉଥାଏ କିମ୍ବା ଯଦି ଆପଣ ଘରର ନକାରାତ୍ମକ ଶକ୍ତିକୁ ହଟାଇବାକୁ ଚାହାଁନ୍ତି, ତେବେ ହୋଲିକା ପାଉଁଶର କୁ ଆଣି ଘରର କୋଣ ଗୁଡିକ ରେ ରଖି ଦିଅନ୍ତୁ I ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ I

ଯଦି ଘରେ ଛୋଟ ପିଲାମାନଙ୍କୁ ସବୁବେଳେ ନଜର ଲାଗୁଥାଏ କିମ୍ବା ଘରର ସଦସ୍ୟ ବାରମ୍ବାର ଅସୁସ୍ଥ ରୁହନ୍ତି, ତେବେ ହୋଲିକା ପାଉଁଶକୁ ଆଣି ଏକ କପଡ଼ାରେ ବାନ୍ଧି ସେହି ବ୍ୟକ୍ତିଙ୍କ ମୁଣ୍ଡରୁ ୭ ଥର ଘୁରାଇ ଆଣି ମାଟିରେ ପୋତି ଦିଅନ୍ତୁ I

ଘରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ହୋଲିକା ର ପାଉଁଶକୁ ନାଲି କପଡ଼ାରେ ବାନ୍ଧନ୍ତୁ I ଏହା ପରେ, ଏହାକୁ ଏକ ସୁରକ୍ଷିତ ସ୍ଥାନରେ କିମ୍ବା ଟଙ୍କା ରହୁଥିବା ଆଲମାରୀରେ ରଖନ୍ତୁ I ଏହା ବ୍ୟତୀତ ଏହାକୁ ପର୍ସର ଛୋଟ ପକେଟରେ ମଧ୍ୟ ରଖାଯାଇପାରିବ I କୌଣସି କାମ ଆରମ୍ଭ କରିବା ପୂର୍ବରୁ ଏହି ପାଉଁଶ ଟିକା ଲଗାନ୍ତୁ I ଏହା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଜୀବନରେ ଅର୍ଥର ସ୍ଥିତି ସୁଦୃଢ ରହିବ I

Comments are closed, but trackbacks and pingbacks are open.