ମହାଶିବରାତ୍ରୀ ଓ ଶନି ପ୍ରଦୋଶ ବ୍ରତରେ ଏମିତି କରନ୍ତୁ ପୂଜା

39

ପ୍ରତି ମାସରେ ଶନି ପ୍ରଦୋଶ ବ୍ରତ ଦୁଇ ଥର ପଡିଥାଏ I କୃଷ୍ଣ ପକ୍ଷ ଓ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି ଶନିବାର ରେ ପଡିଲେ ଏହା ପାଳନ କରାଯାଏ I ଶନି ପ୍ରଦୋଶ ବ୍ରତ ଭଗବାନ ଶିବଙ୍କର ମଧ୍ୟ ଅତି ପ୍ରିୟ ହୋଇଥାଏ I ସଂଯୋଗକୁ ଚଳିତ ବର୍ଷ ମହା ଶିବରାତ୍ରୀ ଫେବୃଆରୀ ୧୮ ତାରିଖ ଶନିବାରରେ ପଡୁଛି I ଯୋଗକୁ ପ୍ରତିବର୍ଷ ଶିବରାତ୍ରି ଚତୁର୍ଦଶୀରେ ପାଳନ ହେବାକୁ ଥିବାବେଳେ ଚଳିତ ବର୍ଷ ଏହା ତ୍ରୟୋଦଶୀରେ ପଡୁଛି I ତେଣୁ ମହାଶିବରାତ୍ରୀ ତ୍ରୟୋଦଶୀରେ ପଡୁଥିବାରୁ ଏହିଦିନଟି ଶନିବାର ହେଉଛି I ତେଣୁ ଏହା ଏକ ଖାସ ସଂଯୋଗ ଗଠନ କରୁଛି I

ଶିବରାତ୍ରୀରେ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ମିଳନ ହୋଇଥିଲା ବୋଲି ପୌରାଣିକ କଥା ରହିଛି । ଏହି ବ୍ରତ କଲେ ସୁଖୀ ଦାମ୍ପତ୍ୟ ଜୀବନ ସାଙ୍ଗକୁ ଉତ୍ତମ ଜୀବନ ସାଥି ମିଳନ୍ତି ବୋଲି ବିଶ୍ୱାସ ରହିଛି I କୁହାଯାଏ ଯେ ଏହି ଦିନ ଯିଏ ଭୋଲେନାଥଙ୍କୁ ସନ୍ତୁଷ୍ଟ କରେ, ତାଙ୍କ ଜୀବନରୁ ସମସ୍ତ କଷ୍ଟ ଦୂରେଇ ଯାଇଥାଏ Iଏପରିକି ଅକାଳ ମୃତ୍ୟୁ କଷ୍ଟକୁ ମଧ୍ୟ ଭଗବାନ ଶିବ ନିବାରଣ କରିଥାନ୍ତି I ପ୍ରତି ବର୍ଷ ଅପେକ୍ଷା ଚଳିତ ବର୍ଷ ମହାଶିବରାତ୍ରୀ ରେ ଏକ ବିରଳ ସଂଯୋଗ ଘଟୁଛି I ତେଣୁ ଚଳିତ ଶିବରାତ୍ରୀ ବ୍ରତଧାରୀଙ୍କ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି I

ସେହିପରି ଭଗବାନ ଶିବଙ୍କ ପାଇଁ ଶିବରାତ୍ରୀ ଏବଂ ପ୍ରଦୋଷ ବ୍ରତ ଅତ୍ୟନ୍ତ ପ୍ରିୟ ହୋଇଥାଏ I ପ୍ରଦୋଷ ବ୍ରତରେ ସନ୍ଧ୍ୟା କାଳରେ ପୂଜା କରାଯାଇଥାଏ I ସେହିପରି ଏବର୍ଷ ଶିବରାତ୍ରୀ ଶନିବାରରେ ପଡୁଥିବାରୁ ଶିବଙ୍କ ପ୍ରଦୋଷ ବ୍ରତ ସାଙ୍ଗକୁ ଶନି ପ୍ରଦୋଷ ବ୍ରତ ପାଳନ କରାଯିବ I ପ୍ରଦୋଷ କାଳରେ ଶିବଙ୍କୁ ପୂଜା କରାଯାଏ, କୁହାଯାଏ ଯେ ସନ୍ଧ୍ୟା ସମୟରେ ଭୋଲେନାଥ ପ୍ରସନ୍ନ ମୁଦ୍ରାରେ ଥାଇ କୈଳାସ ପର୍ବତ ଉପରେ ନୃତ୍ୟ କରିଥାନ୍ତି I ତେଣୁ ଏହି ସମୟରେ ମହାଦେବଙ୍କୁ ପୂଜା କରୁଥିବା ଭକ୍ତ ନିଶ୍ଚିତ ଭାବରେ ଶିବ ଶମ୍ଭୁଙ୍କ ଆଶୀର୍ବାଦ ପାଇଥାନ୍ତି । ସେହି ଭଳି ଶନିଙ୍କ ରିଷ୍ଟ ଖଣ୍ଡନ ପାଇଁ ମଧ୍ୟ ଶନିବାରରେ ଶନି ପ୍ରଦୋଷ ବ୍ରତ କରାଯାଇଥାଏ Iତେଣୁ ଶିବରାତ୍ରୀ ଦିନ ସନ୍ଧ୍ୟାରେ ଦୀପ ଜାଳିବା ସହିତ ଶନି ପ୍ରଦୋଷ ବ୍ରତ ଏକ ବିରଳ ସଂଯୋଗ ଗଠନ ହେଉଛି I

ଫାଲଗୁନ୍ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ୧୭ ଫେବୃଆରୀ ୨୦୨୩ ରାତି ୧୧ :୩୬ ରୁ ଆରମ୍ଭ ହୋଇ ଏବଂ ପରଦିନ ୧୮ ଫେବୃଆରୀ ୨୦୨୩ ରାତି ୦୮ :୦୨ରେ ଶେଷ ହେବ । ଏହା ପରଠାରୁ ଆରମ୍ଭ ହେବ ଚତୁର୍ଦଶୀ ତିଥି I ଯେହେତୁ ଶିବରାତ୍ରୀ ପୂଜା ୪ ପ୍ରହର (୩ ଘଣ୍ଟାକୁ ଥରେ)କରାଯାଏ ତେଣୁ ୧୮ ତାରିଖ ମଧ୍ୟରାତ୍ରରୁ ଏହି ପୂଜା ଆରମ୍ଭ କରାଯାଇ ପାରିବ I ଅର୍ଥାତ ପୂଜା ବିଧି ୧୮ ତାରିଖ ସୂର୍ଯ୍ୟୋଦୟ ଠାରୁ ଫେବୃଆରୀ ୧୯ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ କରାଯାଇ ପାରିବ I

ଶନି ପ୍ରଦୋଷ ପୂଜା ସମୟ – ସନ୍ଧ୍ୟା ୦୬ .୨୧ ରୁ ରାତ୍ରି ୦୮ .୦୨ ପର୍ଯ୍ୟନ୍ତ
ସର୍ବାର୍ଥ ସିଦ୍ଧି ଯୋଗ ପୂଜା ସମୟ – ୧୮ ତାରିଖ ସନ୍ଧ୍ୟା ୦୫ :୪୨ ରୁ ୧୯ ତାରିଖ ସକାଳ ୦୭ :୦୦ ପର୍ଯ୍ୟନ୍ତ

ଶିବରାତ୍ରୀ ରେ ପ୍ରହରକିଆ ପୂଜା ସମୟ
ପ୍ରଥମ ପ୍ରହର – ସନ୍ଧ୍ୟା ୦୬ .୨୧ରୁ – ରାତ୍ରୀ ୦୯.୩୧(୧୮ ଫେବୃଆରୀ ୨୦୨୩ )
ଦ୍ୱିତୀୟ ପ୍ରହର – ରାତ୍ରୀ ୦୯ .୩୧ ରୁ – ୧୯ ରାତ୍ରୀ ୧୨ .୪୧
ତୃତୀୟ ପ୍ରହର – ରାତ୍ରୀ ୧୨ .୪୧ ରୁ ମଧ୍ୟ ରାତ୍ରୀ – ୦୩ .୫୧ ସେହିପରି
ଚତୁର୍ଥ ପ୍ରହର – ମଧ୍ୟ ରାତ୍ରୀ ୦୩ .୫୧ ରୁ ୧୯ ତାରିଖ ସକାଳ – ୦୭ :୦୦ ମଧ୍ୟରେ କରାଯାଇ ପାରିବ I

Comments are closed, but trackbacks and pingbacks are open.