ପିତୃ ପକ୍ଷରେ କରନ୍ତୁ ଗୋ-ମାତା ଙ୍କ ସେବା

34

ହିନ୍ଦୁ ଧର୍ମରେ ଗୋସେବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ I ବିଶ୍ୱାସ ରହିଛି ଗୋରୁଙ୍କ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି I ତେଣୁ ଘରେ ଠାକୁର ଙ୍କ ପୂଜା ଭଳି ଗୋରୁ ଗାଈଙ୍କୁ ଅନେକ ସମୟରେ ପୂଜା କରାଯାଇଥାଏ I ଏହାବାଦ ଜ୍ୟୋତିଷ ଶାସ୍ତ୍ରରେ, ପାପରୁ ମୁକ୍ତି ପାଇବା ପାଇଁ ଦାନ, ଧର୍ମ, ଜପ ସହିତ ପ୍ରାରବ୍ଧ କର୍ମଫଳର ପ୍ରାୟଶ୍ଚିତ ସ୍ୱରୂପ ଗୋଦାନ କରାଯାଇଥାଏ ସେହିପରି ପିତୃପକ୍ଷରେ ପିତୃ ଦୋଷ ରୁ ମୁକ୍ତି ପାଇଁ ଗୋସେବା ଉପରେ ଗୁରୁତ୍ତ୍ୱ ଦିଆଯାଇଛି I

ସେହିପରି କୁହାଯାଏ ଗୋ-ଦାନ କଲେ ମହାପାପ ରୁ ମଧ୍ୟ ମୁକ୍ତି ମିଳିଥାଏ I ତେବେ ଯେଉଁମାନେ ଗୋଦାନ କରିବା ପାଇଁ ଅସମର୍ଥ ସେମାନେ ଗୋ ସେବା ମଧ୍ୟ କରିପାରିବେ I ଏଥିପାଇଁ ସର୍ବୋତ୍କୃଷ୍ଟ ସମୟ ହେଉଛି ପିତୃପକ୍ଷ I ପିତୃପକ୍ଷରେ ଆପଣ ଗାଈକୁ ଖାଇବାକୁ ଦେବା ସହିତ ଜଳ ପିଇବାପାଇଁ ବ୍ୟବସ୍ଥା କରିବେ I ତେବେ ଗାଈକୁ କୌଣସି ପ୍ଲାଷ୍ଟିକ ଜିନିଷରେ ଖାଇବାକୁ ନ ଦେଇ କୌଣସି ମାଟି ପାତ୍ରରେ ଖାଇବାକୁ ଦିଅନ୍ତୁ I

ପିତୃପକ୍ଷରେ ଯଦି ଆପଣଙ୍କ ଦୁଆର ମୁହଁରେ କୌଣସି ଗାଈ ଆସି ହମ୍ବା ରଡି କରୁଥାଏ ତେବେ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଖୋଲିଲା I ଗାଈ କୁ ନ ଘଉଡ଼ାଇ,ଘରେ ଯାହା ବି ଅଛି ଆଣି ଖାଇବାକୁ ଦିଅନ୍ତୁ I କିନ୍ତୁ ଯଦି ପିତୃପକ୍ଷରେ ଗୁହାଳରୁ ଗାଈ ହଜି ଯାଏ କିମ୍ବା ଚୋରୀ ଏହା ଗୋପାଳକ ପାଇଁ ବହୁତ ଅନିଷ୍ଟ ହୋଇଥାଏ I

ପିତୃପକ୍ଷରେ ଆପଣ ୧୫ ଦିନ ପର୍ଯ୍ୟନ୍ତ ଯଦି ସମ୍ଭବ ହୁଏ,ଗାଧୋଇସାରି ସବୁଦିନ କିଛି କେରା ଦୁବ ଖାଇବାକୁ ଦେଇ ମୁଣ୍ଡିଆ ମାରନ୍ତୁ I ଗୋ-ସେବାରୁ ସକାରତ୍ମକ ଶକ୍ତି ମିଳିଥାଏ,ତେଣୁ ଯେଉଁମାନେ ଡିପ୍ରେସନ ରୋଗରେ ପୀଡିତ ଥାନ୍ତି,ସେମାନେ ପ୍ରତିଦିନ ଗୋସେବା କରିବା ଉଚିତ I

ଯଦି ଜାତକରେ ଶନି,ରାହୁ କିମ୍ବା କେତୁ ଖରାପ ଚାଲୁଥାଏ, ଚିତ୍ତକବରୀ କିମ୍ବା କଳା ଗାଈ ର ସେବା କରନ୍ତୁ I ସେହିଭଳି ସୂର୍ଯ୍ୟଙ୍କ ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରତିଦିନ ନାଲି ଗାଈ ର ସେବକରନ୍ତୁ ଓ ରବିବାର ଦିନ ଗାଈକୁ ଖାଇବାକୁ ଦିଅନ୍ତୁ ଏହା ସହିତ ଗାଈକୁ ଗୁଡ଼ ମଧ୍ୟ ଦିଅନ୍ତୁ

ପିତୃପୁରୁଷଙ୍କୁ ଖୁସି କରିବା ଏବଂ ପିତୃ ଦୋଷ ରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଗୋ ସେବା କରିବା ସହିତ ରୁଟି ଖାଇବାକୁ ଦିଅନ୍ତୁ I

Comments are closed, but trackbacks and pingbacks are open.