ଲଗାନ୍ତୁ ନାହିଁ ଏହି ଗଛ

26

ଗଛ ଘର ଭିତରେ ତଥା ବାହାରେ ରହିଲେ ପରିବେଶକୁ ସୁସ୍ଥ ରଖିବା ସହିତ ଶୋଭା ବୃଦ୍ଧି କରେ । ଗଛକୁ ସୁଖ ଓ ସମୃଦ୍ଧିର ପ୍ରତୀକ ଭାବେ ବିବେଚନା କରାଯାଏ । ଏଣୁ ବହୁ ଲୋକ କୌଣସି ପୁରୁଣା ଗଛ ବା ବୁଢ଼ା ଗଛକୁ କାଟି ନଥାନ୍ତି । ହେଲେ ବାସ୍ତୁରେ ଏହିପରି କିଛି ଗଛ ରହିଛି, ଯାହାକୁ ଅଶୁଭ ବୋଲି ବିବେଚନା କରାଯାଏ । ତେବେ ଗଛର ଅବସ୍ଥିତିକୁ ନେଇ ବାସ୍ତୁରେ ଶୁଭ ଓ ଅଶୁଭକୁ ବର୍ଣ୍ଣନା କରାଯାଇଛି ।

# କପାସ ଗଛ- ହିନ୍ଦୁ ଶାସ୍ତ୍ର ଅନୁଯାୟୀ କପାସ ଗଛକୁ ଘର ପାଖରେ ଲଗାଇବା ଅନୁଚିତ୍‌ । ଏହି ଗଛ ପରିବାର ଲୋକଙ୍କ ଭାଗ୍ୟରେ ଦୁର୍ଭାଗ୍ୟ ଆଣିଥାଏ । ଏହାସହିତ ଘରେ ଅଭାବ ସମସ୍ୟା ବୃଦ୍ଧି କରେ । ଧନ କ୍ଷଣିକ ମାତ୍ରେ ଖର୍ଚ୍ଚ ହୋଇଯାଏ ।

ବବୁଲ ଗଛ- ଚିକିତ୍ସା କ୍ଷେତ୍ରରେ ଏହି ବବୁଲ ଗଛର ମହତ୍ତ୍ୱ ଅଧିକ । ଏଥିରେ ବହୁ ରୋଗର ନିବାରଣ ରହିଥାଏ କିନ୍ତୁ ବାସ୍ତୁ ହିସାବରେ ଏହା ଘରେ କିମ୍ବା ଘରର ଆଖପାଖରେ ରହିଲେ, ପରିବାର ଲୋକଙ୍କ ମଧ୍ୟରେ ଏବଂ ବନ୍ଧୁଙ୍କ ସହିତ ବିବାଦ ଲାଗେ । ଏପରିକି ମାନସିକ ସମସ୍ୟା ମଧ୍ୟ ବୃଦ୍ଧି ପାଏ ।

ମେହେନ୍ଦି ଗଛ- ଘର ପାଖରେ ମେହେନ୍ଦି ଗଛ ରହିବାକୁ ଶାସ୍ତ୍ର ଅଶୁଭ ଦର୍ଶାଇଛି । ଏହି ଗଛରେ ନକରାତ୍ମକ ଶକ୍ତି ବାସ କରିଥାନ୍ତି । ଏଣୁ ଏହି ଗଛ ଘରର ଚାରିପାଶ୍ୱର୍ରେ ରହିଲେ, ନକରାତ୍ମକ ଶକ୍ତି ଘର ପାଖରେ ସଞ୍ଚାର ହୁଏ । ଫଳରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ, ମାନସିକ ସମସ୍ୟା ଲାଗି ରୁହେ । ଧନ ମଧ୍ୟ ହାନି ହୁଏ । ଗୁଣି ଗାରେଡ଼ିରେ ଏହି ଗଛକୁ ବ୍ୟବହାର କରାଯାଏ ।

ତେନ୍ତୁଳି ଗଛ- ମେହେନ୍ଦି ଗଛ ଭଳି ତେନ୍ତୁଳି ଗଛରେ ନକରାତ୍ମକ ଶକ୍ତି ବାସ କରେ । ଶାସ୍ତ୍ରରେ ଏହି ଗଛକୁ ଘାତକ ବୋଲି ଦର୍ଶାଯାଇଛି । କୌଣସି ଜମି ବା କ୍ଷେତରେ ତେନ୍ତୁଳି ଗଛକୁ କାଟି ଦେବା ସତ୍ତେ୍ୱ ସେହି ସ୍ଥାନରୁ ନକରାତ୍ମକ ଶକ୍ତି ଛାଡ଼ି ଯାଇନଥାଏ ।

ଶୁଖିଲା ଗଛ- ଶୁଖିଲା ଗଛ ବା ଶୁଖି ଆସୁଥିବା ଗଛକୁ ଘର ନିକଟରେ ରଖନ୍ତୁ ନାହିଁ । ଶୁଖିଲା ଗଛ ପାଖରେ ରହିଲେ ମନରେ ସବୁବେଳେ ନକରାତ୍ମକ ଭାବ ଜାଗ୍ରତ ହୋଇଥାଏ । କୌଣସି କାରଣ ନଥାଇ ମନରେ ଦୁଃଖ ଜନ୍ମ ନିଏ । ମନୁଷ୍ୟ ଧୀରେଧୀରେ ଅବସାଦ ଆଡ଼କୁ ଗତି କରେ ।

Comments are closed, but trackbacks and pingbacks are open.