ଘରର ପୂଜାସ୍ଥାନରେ ରଖନ୍ତୁ ନାହିଁ ଏଭଳି ମୂର୍ତ୍ତି , ମିଳିବ ନାହିଁ ପୂଜାରେ ସୁଫଳ

51

ହିନ୍ଦୁ ଧର୍ମରେ ପୂଜାପାଠର ଏକ ବିଶେଷ ମହତ୍ତ୍ୱ ରହିଛି I ଶାସ୍ତ୍ରରେ ଘର ର ପୂଜା ସ୍ଥାନ ବିଷୟରେ ବିଶେଷ ଧ୍ୟାନ ଦିଆଯାଇଛି I ଘରେ ପୂଜା ସ୍ଥାନ ପାଇଁ ନିର୍ଦ୍ଦିଷ୍ଟ ଦିଗ ନିର୍ଣ୍ଣୟ ହୋଇଥାଏ I ଅନ୍ୟପକ୍ଷରେ, ଯଦି ଘରେ ଭୁଲ୍ ଦିଗରେ ଠାକୁର ଘର ଥିବ, ତେବେ ବ୍ୟକ୍ତି ଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ I ଏହା ବ୍ୟତୀତ ଜୀବନରୁ ସୁଖ ଶାନ୍ତି ଜୀବନରୁ ଦୂରେଇ ଯାଏ I ତେବେ ଆସନ୍ତୁ ଜାଣିବା ଠାକୁର ଘର କେମିତି ହେବ ଦରକାର :

ଠାକୁର ଘରେ କେଉଁ ମୂର୍ତି ରଖିବେ :
ଠାକୁର ଘରେ ଗଣେଶଙ୍କ ମୂର୍ତ୍ତି ରଖିବା ଶୁଭ ବୋଲି ମନାଯାଇଥାଏ , କିନ୍ତୁ ମନେ ରଖନ୍ତୁ ଗଣେଶଙ୍କ ୩ଟି ମୂର୍ତ୍ତି ରହିବା ଉଚିତ୍ ନୁହେଁ। ଏପରି କରିବା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇପାରେ I ଘରେ ଅତି ବେଶୀ ହେଲେ ଗଣେଶଜୀଙ୍କ ୨ ପ୍ରତିମା ରଖନ୍ତୁ I ଗଣେଶଜୀ ଙ୍କୁ ପୂଜା ସମୟରେ ଲାଲ ବସ୍ତ୍ର,ଲାଲ ଫୁଲ,ସିନ୍ଦୁର ଅର୍ପଣ କରନ୍ତୁ ଇ

ପୂଜା ସ୍ଥଳରେ ଶଙ୍ଖ ରଖିବା ଶୁଭ ବୋଲି ଧରାଯାଇଥାଏ , ଠାକୁରଙ୍କ ପାଖରେ କେବଳ ଗୋଟିଏ ଶଙ୍ଖ ରଖିବା ଉଚିତ୍ I ଯଦି ଦୁଇଟି ଶଙ୍ଖ ରହିଛି ଗୋଟିଏ କୁ ଅନ୍ୟ ସ୍ଥାନରେ ରଖନ୍ତୁ I

ଠାକୁର ଘରେ ଥିବା ମୂର୍ତି ଗୁଡିକ ର ପ୍ରାଣ ପ୍ରତିଷ୍ଠା କରାଯାଏ ନାହିଁ I ଯଦି ଏହା କରୁଛନ୍ତି ତେବେ ନିୟମିତ ନିୟମ ମାନି ପଞ୍ଚ ଉପଚାରରେ ପୂଜା କରନ୍ତୁ I ମୂର୍ତ୍ତି ର ଉଚ୍ଚତା ୨ ଇଞ୍ଚ ରୁ ଅଧିକ ହେବା ଉଚିତ୍ ନୁହେଁ I ଯଦି ଠାକୁର ଘରେ ଶିବଲିଙ୍ଗ ସ୍ଥାପନ କରିଛନ୍ତି , ତେବେ ଏହାର ଆକାର ଆଙ୍ଗୁଳିଏ ରୁ ବଡ଼ ହେବା ଉଚିତ୍ ନୁହେଁ I

ଯଦି ଆପଣ ପୂଜା ସମୟରେ ଆରତୀ କରୁଥାନ୍ତି , ତେବେ ଦୀପରେ ପର୍ଯ୍ୟାପ୍ତ ପରିମାଣର ଘିଅ କିମ୍ବା ତେଲ ଦିଅନ୍ତୁ , କାରଣ ଆରତୀ ସମୟରେ ଦୀପ ଲିଭିଗଲେ ପୂଜା ନିଷ୍ଫଳ ହୋଇଥାଏ I

ପୂଜାରେ ସର୍ବଦା ସତେଜ ଏବଂ ପରିଷ୍କାର ଫୁଲ ବ୍ୟବହାର କରନ୍ତୁ I କେବଳ ଗଙ୍ଗଶିଉଳି ଫୁଲ କୁ ଛାଡିଦେଲେ ଅନ୍ୟ କୌଣସି ତଳେ ପଡିଥିବା ଫୁଲକୁ ବ୍ୟବହାର କରନ୍ତୁ ନାହିଁ I ତଳେ ପଡିଥିବା ଫୁଲ କୁ କେବେ ମଧ୍ୟ ପୂଜାରେ ବ୍ୟବହାର କରନ୍ତୁ ନାହିଁ I

ଶାସ୍ତ୍ର ଅନୁଯାୟୀ, ତୁଳସୀ ପତ୍ର ୧୧ ଦିନ ପର୍ଯ୍ୟନ୍ତ ବାସୀ ହୋଇନଥାଏ I ପୂର୍ବରୁ ତୋଳା ଯାଇଥିବା ତୁଳସୀ ପତ୍ରରେ ପାଣି ଛିଞ୍ଚି ପୂଜା ସମୟରେ ବ୍ୟବହାର କରାଯାଇ ପାରିବ I

Comments are closed, but trackbacks and pingbacks are open.