ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏଇଭଳି କରନ୍ତୁ ମହାଶିଵରାତ୍ରୀ ପୂଜା

229

ମହାଶିବରାତ୍ରୀ ବ୍ରତ ପ୍ରତ୍ୟକବର୍ଷ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିରେ ପାଳନ କରାଯାଏ I ଏହାକୁ ମହା ଶିବରାତ୍ରୀ କହିବାର ଅର୍ଥ ହେଲା ବର୍ଷର ପ୍ରତିମାସରେ ପଡୁଥିବା କୃଷ୍ଣ ପକ୍ଷର ଚତୁର୍ଦଶୀରେ ଶୈବ ଭକ୍ତ ମାନେ ଶିବରାତ୍ରି ପାଳନ କରିଥାନ୍ତି I କିନ୍ତୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷରେ ପଡୁଥିବା ଏହି ଚତୁର୍ଦଶୀକୁ ମହାଶିବରାତ୍ରୀ କୁହା ଯାଏ I ପ୍ରତ୍ୟକ ହିନ୍ଦୁ ଧର୍ମର ନରନାରୀ ଏହି ମହା ଶିଵରାତ୍ରୀକୁ ଖୁବ ନିଷ୍ଠାର ସହକାରେ ପାଳନ କରିଥାନ୍ତି I

ଗରୁଡ ପୁରାଣ ଅନୁଯାୟୀ, ଶିବରାତ୍ରୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ତ୍ରୟୋଦଶୀ ତିଥି ଠାରୁ ଏକାର୍ଣ୍ଣ ଖାଇ ଭଗବାନ ଶିବଙ୍କୁ ଉପାସନା କରାଯାଇଥାଏ । ଏହାକୁ ଏକବାର ମଧ୍ୟ କୁହା ଯାଇଥାଏ I ଏହା ପରଦିନ ଚତୁର୍ଦଶୀ ତିଥିରେ ସମ୍ପୂର୍ଣ୍ଣ ଉପବାସ ରଖି ଭୋଲେନାଥଙ୍କର ପୂଜା କରାଯାଏ I ଏହି ପୂଜା ବିଧି ଚତୁର୍ଦଶୀ ସନ୍ଧ୍ୟା ଠାରୁ ଆରମ୍ଭ ହୋଇ ଅମାବାସ୍ୟା ପଶିଲେ ମହାଦୀପ ଉଠାଇ ବ୍ରତ ଶେଷ କରାଯାଇଥାଏ I

ମହାଶିବରାତ୍ରୀ ଦିନ ଶିବଲିଙ୍ଗକୁ ପଞ୍ଚାମୃତ,ଗଙ୍ଗାଜଳ,ରେ ଅଭିଷେକ କରି ‘ଓଁ ନମୋ ଶିବାୟ’ ମନ୍ତ୍ର ଜପି ପୂଜା କରାଯିବା ଉଚିତ୍। ଏହା ପରେ ବ୍ରତଧାରୀମାନେ ସନ୍ଧ୍ୟାରେ ଦୀପ ଜାଳି ପ୍ରତି ପ୍ରହରରେ ବିଧି ମୁତାବକ ଅଭିଷେକ କରନ୍ତୁ ଏବଂ ପରଦିନ ସକାଳେ ବ୍ରାହ୍ମଣମାନଙ୍କୁ ଦାନ କରି ଉପବାସ ଭାଙ୍ଗିବା ଉଚିତ୍।

ଗରୁଡ ପୁରାଣ ଅନୁଯାୟୀ, ଏହି ଦିନ ଶିବଙ୍କୁ ବେଲ ପତ୍ର ସହିତ ଧଳା ରଙ୍ଗର ଫୁଲ ଅର୍ପଣ କଲେ ମହାଦେବ ପ୍ରସନ୍ନ ହୁଅନ୍ତି । ଭଗବାନ ଶିବଙ୍କର ବେଲ ପତ୍ର,କେତକୀ ଫୁଲ,ଧତୁରI ଫୁଲ,ଅରଖ ଫୁଲ,ଧଳା କନିଅର ଓ ଗଇସ ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ I ଶିବ ପୁରାଣ ଅନୁଯାୟୀ ରୁଦ୍ରାକ୍ଷ,ବେଲପତ୍ର, ଭାଙ୍ଗ, ଏବଂ କାଶୀ ପୀଠ ଭଗବାନ ଶିବଙ୍କର ଅତି ପ୍ରିୟ।

ଶିବରାତ୍ରୀ ଦିନ ନିଶାର୍ଦ୍ଧରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ରୋଗ, ଶୋକ ଦୂର ହୁଏ I ସେହିପରି ଏହିଦିନ ସ୍ଫଟିକ ର ଏକ ଶିବଲିଙ୍ଗ ଆଣି ଏହାକୁ ମନ୍ଦିରରେ ପୂଜା କରାଇ ଆପଣଙ୍କ ଅଫିସ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ସ୍ଥାପନ କଲେ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇ ଆର୍ଥିକ ଉନ୍ନତି ହୋଇଥାଏ I

ଯଦି ଘରେ କେହି ଅନେକ ଦିନ ଧରି ଅସୁସ୍ଥ ରହୁଥାନ୍ତି,କିମ୍ବା ନିଜେ ମଧ୍ୟ କୌଣସି ଶାରୀରିକ କଷ୍ଟ ଭୋଗୁଥାନ୍ତି ,ତେବେ ଶିବରାତ୍ରୀ ଦିନ ମଧ୍ୟ ରାତ୍ରରେ ପୂଜା ସମୟରେ ଏକ ରୁଦ୍ରାକ୍ଷ ମାଳାରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ I ସମସ୍ତ କଷ୍ଟରୁ ମୁକ୍ତି ପାଇବେ I

ମହିଳାମାନେ ସୁଖ ସୌଭାଗ୍ୟ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ କ୍ଷୀର ଏବଂ ସୁଦ୍ଧା ଦେଶୀ ଘିଅ ରେ ଅଭିଷେକ କରନ୍ତୁ I ଏହି ସମୟରେ ‘ଓମ ହ୍ରୀ ନମୋ ଶିବାୟ ହ୍ରୀ ଓମ୍’ ମନ୍ତ୍ର ଜପ କରନ୍ତୁ I

ଏହି ଦିନ ମାତା ଲକ୍ଷ୍ମୀ ନିଜ ଶ୍ରୀ ସ୍ୱରୂପରେ କେବଳ ଭଗବାନ ଶିବଙ୍କ କୃପା ଦ୍ୱାରା ସମଗ୍ର ମାନବ ଜାତିକୁ ଅଖଣ୍ଡ ସୌଭାଗ୍ୟ ପ୍ରଦାନ କରିଥାନ୍ତି I ତେଣୁ ଶିବରାତ୍ରୀରେ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ‘ଓମ୍ ଶ୍ରୀ ଏଁ ଓମ୍’ ମନ୍ତ୍ରକୁ ଦଶ ମାଳା ଜପ କରନ୍ତୁ I

ଯଦି କୌଣସି କାରଣରୁ ବିବାହରେ ବାଧା ଦେଖା ଦେଉଥାଏ ,

‘ହେ ଗୌରୀ ଶଙ୍କରାର୍ଦ୍ଧାଙ୍ଗି,ଯଥା ତ୍ଵଂ ଶଙ୍କର ପ୍ରିୟା,
ତଥା ମାଂ କୁରୁ କଲ୍ୟାଣୀ କାନ୍ତ କାନ୍ତା ସୁଦୁର୍ଲଭIମ’

ଏହି ମନ୍ତ୍ର ଜପ ସହିତ ଶିବ-ଶକ୍ତିଙ୍କୁ ପୂଜା କରନ୍ତୁ I ଶୀଘ୍ର ବିବାହ ଜନିତ ସମସ୍ତ ବାଧା ଦୂର ହୋଇଯିବ I

Comments are closed, but trackbacks and pingbacks are open.