ମକର ସଂକ୍ରାନ୍ତିରେ ଏହି ସବୁ କରନ୍ତୁ ଦାନ

41

ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂଯ୍ୟ ଉପାସନ କରାଯାଏ ।

ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି ।

ମକର ସଂକ୍ରାନ୍ତି ଦିନ ପୂର୍ବ ରାତିରୁ ଥିବା ବଳକା ଖାଦ୍ୟ ବା ବାସୀ ଖାଦ୍ୟ ଭୁଲ ରେ ମଧ୍ୟ ଖାଇବା ଉଚିତ ନୁହେଁ I ଏମିତି ହେଲେ ବ୍ୟକ୍ତି ଅଧିକ କ୍ରୋଧୀ ହୋଇଥାଏ ଏବଂ ମନରେ ନକାତ୍ମକ ଶକ୍ତି ଉତ୍ପନ୍ନ ହୁଏ I ସେହିପରି ଏହିଦିନ ତାମସିକ ଖାଦ୍ୟ ଯଥା,ପିଆଜ ,ରସୁଣ ତଥା ଆମିଷ ସମ୍ପୂର୍ଣ୍ଣ ବର୍ଜ୍ଜନ କରାଯାଇଥାଏ I କେବଳ ମକର ସଂକ୍ରାନ୍ତି ନୁହେଁ ,ପ୍ରତି ସଂକ୍ରାନ୍ତିରେ ଏହି ସବୁ ନିଷେଧ ହୋଇଥାଏ I ସେହିପରି ମକର ସଂକ୍ରାନ୍ତି ଦିନ କୌଣସି ଗରୀବ କିମ୍ବା ଅସହାୟ ବ୍ୟକ୍ତି ଙ୍କ ମନରେ କଷ୍ଟ ଦେବା କିମ୍ବା ଅପଶବ୍ଦ କହିବା ଉଚିତ ନୁହେଁ I ଏ ଭଳି କଲେ ସୂର୍ଯ୍ୟ ଙ୍କ କୋପ ପଡିଥାଏ I ମକର ସଂକ୍ରାନ୍ତି ଦିନ ଘରୁ ମାଗିବାକୁ ଆସିଥିବା ବ୍ୟକ୍ତିଙ୍କୁ ଖାଲି ହାତରେ ନ ଫେରାଇ ନିଜ ସାଧ୍ୟ ମୁତାବକ ଦାନ କରିବା ଉଚିତ I ଏହିଦିନ ଦୁଇଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଦେବ ଙ୍କୁ ଉପାସନା ସହିତ ଜଳ ଅର୍ପଣ କରାଯିବା ଉଚିତ୍ I ସୂର୍ଯ୍ୟଂକୁ ୨ ଥର ଜଳ ତର୍ପଣ କଲେ ପିତୃଦୋଷ କାଟି ଥାଏ Iମାନ୍ୟତା ଅନୁସାରେ ମକର ସଂକ୍ରାନ୍ତି ଦିନ ଘରେ ଖିଚିଡି ତିଆରି କରି ଗୁଡ଼ ଏବଂ ତିଳ ସହ ଦାନ କରିବା ଉଚିତ I

ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ଏକ ପ୍ରଥା ଅଛି I ଏହି ଉପବାସ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଏକ ତମ୍ବା ପାତ୍ରରେ ଭଗବାନଙ୍କୁ ଜଳ,ଗୁଡ଼ ଏବଂ ଗୋଲାପ ପାଖୁଡା ମିଶାଇ ଅର୍ପଣ କରନ୍ତୁ I ଏହା ସହିତ ଗାୟତ୍ରୀ ମନ୍ତ୍ର,ସୂର୍ଯ୍ୟ ନାରାୟଣ ଙ୍କ ଉପାସନା ମନ୍ତ୍ର ଜପ କରନ୍ତୁ I ମକର ସଂକ୍ରାନ୍ତି ଦିନ ଆପଣ ଘରେ ମୁଗ ଡାଲି,ଚାଉଳ ମିଶାଇ ଖିଚିଡି ପ୍ରସ୍ତୁତ କରନ୍ତୁ ଏଥିରେ ସାମାନ୍ୟ ଗୁଡ଼ ମିଶାଇ ନିଜେ ଖାଇବା ସହ ଗରିବଙ୍କୁ ଦାନ କରନ୍ତୁ I

Comments are closed, but trackbacks and pingbacks are open.