ବିମାନ ଦୁର୍ଘଟଣା: ପୀଡିତଙ୍କ ପରିଚୟ ଚିହ୍ନଟ ପାଇଁ ଡିଏନ୍‌ଏ ସାମ୍ପଲ୍‌ ମାଗିଲେ ଗୁଜୁରାଟ ସରକାର

137

ଗୁଜୁରାଟ: ପୀଡିତଙ୍କୁ ଚିହ୍ନଟ କରିବା ପାଇଁ ଗୁଜୁରାଟ ସରକାର ବିମାନରେ ଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ନମୁନା ଦେବାକୁ ନିବେଦନ କରିଛନ୍ତି। ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଆସି ସାମ୍ପଲ୍‌ ଦେବାକୁ ଗୁଜରାଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଧନଞ୍ଜୟ ଦ୍ୱିବେଦୀ କହିଛନ୍ତି ।ସେ କହିଛନ୍ତି ଯେ,ବି.ଜେ. ମେଡିକାଲରେ ଡିଏନଏ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ଯାତ୍ରୀଙ୍କ ପରିବାର ଏବଂ ନିକଟତମ ବ୍ୟକ୍ତି, ବିଶେଷକରି ସେମାନଙ୍କ ପିତାମାତା ଏବଂ ପିଲାମାନଙ୍କୁ ସେହି ସ୍ଥାନରେ ସେମାନଙ୍କର ନମୁନା ଦାଖଲ କରିବାକୁ ଅନୁରୋଧ କରାଯାଇଛି। ଯାହା ଦ୍ଵାରା ପୀଡିତମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯାଇପାରିବ।

Comments are closed, but trackbacks and pingbacks are open.