ନବଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି

43

ନବଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି । ୧ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟ ମୁକୁଟ ପିନ୍ଧିଛନ୍ତି । ୪୮ ହଜାର ୬୧୯ଭୋଟରେ ଜିତିଲେ ଦୀପାଳି । ଦିନେଶଙ୍କ ଭୋଟକୁ କାଟିଲେ ଟଙ୍କଧର । ହେଲେ ପଛରେ ପଡିଗଲେ ତରୁଣ । ମହେନ୍ଦ୍ରଙ୍କ ଭୋଟକୁ ବି କାଟିପାରିଲେନି ତରୁଣ
କଥା ରଖିଲେ ଦୀପାଳି ଦାସ । କହିଥିଲେ ବାପାଙ୍କଠାରୁ ଅଧିକା ଭୋଟରେ ବିଜୟୀ ହେବେ । ଆଉ ସତରେ ସେୟା ହିଁ ହେଲା । ପ୍ରଶ୍ନ ଉଠିଥିଲା ଯେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଦୀପାଳିଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସ ଯେତିକି ଭୋଟ ପାଇଥିଲେ ଝିଅ ସେତିକି ଭୋଟ୍ ହାତେଇପାରିବେ କି? ସତରେ କରି ଦେଖାଇଛନ୍ତି ଦୀପାଳି ।

ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବ ଦାସ ମୋଟ୍ ୯୮,୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ । କିନ୍ତୁ ଦୀପାଳି ତାଙ୍କ ବାପାଙ୍କ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି । ୧ ଲକ୍ଷ ୭ ହଜାର ୩ ଭୋଟରେ ବିଜୟ ହୋଇଛନ୍ତି । ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୬୧୯ଭୋଟରେ ହରାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ଗତଥରର ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କ ଠାରୁ ୫ ହଜାର ୪୬୩ ଭୋଟ ଅଧିକା ପାଇଛନ୍ତି ।

ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ । ସେହିପରି କଂଗ୍ରେସ କଥା ଯଦି ଦେଖିବା, ତେବେ ଦଳ ଅମାନତ ହରାଇଛି । ୨୦୧୯ର କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮ ହଜାର ୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ତରୁଣ ପାଣ୍ଡେ ମାତ୍ର ୪, ୪୭୩ ଭୋଟ ପାଇଛନ୍ତି ।

Comments are closed, but trackbacks and pingbacks are open.