ମଙ୍କିପକ୍ସକୁ ନେଇ ସମସ୍ତ ମେଡିକାଲ କଲେଜକୁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

100

ମଙ୍କିପକ୍ସକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତା ବଢିଯାଇଛି । ପ୍ରଥମେ କେରଳ ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଗତ କାଲି ଦିଲ୍ଲୀରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର I ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କେଲଜ, ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ମଙ୍କିପକ୍ସ ବାବଦରେ ସଚେତନତା କରାଯାଇଛି । ଏହା ସହିତ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ କିପରି ପରୀକ୍ଷା କରାଯିବ ସେନେଇ ଆରଏମଆରସି ସହିତ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି ।
ମଙ୍କିପକ୍ସରେ ସ୍ମଲ ପକ୍ସ ଭଳି ଲକ୍ଷଣ ଦେଖାଯାଉଛି । ବିଶେଷ ଭାବରେ ସଂସ୍ପର୍ଶରେ ଆସୁଥିବେ ଲୋକଙ୍କୁ ହେବାର ଅଧିକ ଆଶଙ୍କା ରହିଛି । ଯଦି ଏଭଳି ଲକ୍ଷଣ ଆସୁଛି । ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସାରା ଦେଶରେ ଆରଏମଆରସି ସମେତ ୧୫ଟି ସ୍ଥାନପେ ମଙ୍କିପକ୍ସ ପରୀକ୍ଷା କରାଯାଉଛି । ମଙ୍କିପକ୍ସକୁ ନେଇ ସର୍ଭେଲାନ୍ସ ବଢାଯିବ । ସମସ୍ତ ମେଡିକାଲ କଲେଜକୁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆରଏମଆରସି ସାମ୍ପୁଲ ଟେଷ୍ଟ କରିବାର ଦାୟିତ୍ୱ ନେଇଛି ।

Comments are closed, but trackbacks and pingbacks are open.