ରଥଯାତ୍ରା ପାଇଁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମତବ୍ୟକ୍ତ କରିଛନ୍ତି

44

ଆସନ୍ତା ଜୁଲାଇ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ
ହେବାକୁ ଯାଉଛି । ଏନେଇ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ
ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମତବ୍ୟକ୍ତ କରିଛନ୍ତି । ସୋମବାର ପୂର୍ବାହ୍ନରେ
ପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିପି ଶ୍ରୀ ବଂସଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି ।
ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି
ଡିଜିପି ଶ୍ରୀ ବଂସଲ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ
ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରା ଡ୍ୟୁଟିରେ
ଅଭିଜ୍ଞତା ସମ୍ପନ୍ନ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର,
ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ତିନି ରଥ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ
ଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି
ବୋଲି ଡିଜିପି କହିଛନ୍ତି ।


ସମୀକ୍ଷା ବୈଠକକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍ ଓ ଶୃଙ୍ଖଳା) ଶ୍ରୀ
ଆର୍‌.କେ. ଶର୍ମା ପରିଚାଳନା କରିଥିବା ବେଳେ ଶୃଙ୍ଖଳିତ ରଥଯାତ୍ରା ସମାପ୍ତ କରିବା ନିମନ୍ତେ
ପୋଲିସ୍ ପ୍ରଶାସନର ଅଧିକାରୀ/କର୍ମଚାରୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ
କରିଥିଲେ । ରଥଯାତ୍ରା ନିମନ୍ତେ ୧୮୦ ପ୍ଲାଟୁନ୍ ଫୋର୍ସ, ୧୮ଜଣ ଏସ୍‌ପି ର‌୍ୟାଙ୍କ୍‌ର
ଅଧିକାରୀ, ୩୩ ଜଣ ଅତିରିକ୍ତ ଏସ୍‌ପି, ୭୪ ଡିଏସ୍‌ପି, ୧୩୬ ଇନ୍‌ସପେକ୍ଟର,
୭୨୧ଏସ୍‌ଆଇ/ଏଏସ୍‌ଆଇ,୧୦୭ ହାବିଲଦାର, ୬୭୩ କନେଷ୍ଟବଳ, ୨୦୦୮
ହୋମ୍‌ଗାର୍ଡ ନିୟୋଜିତ କରାଯାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ । କୌଣସି
ଅଘଟଣକୁ ପ୍ରତିହତ କରିବା ନିମନ୍ତେ ପୋଲିସ୍ ପ୍ରଶାସନ ସଜାଗ ରହିଥିବା ସମ୍ପର୍କରେ ଶ୍ରୀ ଶର୍ମା
ଙଊଓଝଐଇ ଚଙଖଓଉଋ
ଝଞଇଞଋ ଐଋଇଊଛଟଇଜଞଋଜଝ


ଉଟଞଞଇଉକ.
ମତବ୍ୟକ୍ତ କରିଥିଲେ । ପ୍ରତିଟି ଭକ୍ତ ଯେମିତି ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ
ଯତ୍ନବାନ୍ ହେବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ଆଇଜି (ଅପରେସନ୍‌) ଅମିତାଭ ଠାକୁର କହିଥିଲେ ଯେ, ପୁରୀ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ
ସୁନିୟନ୍ତ୍ରିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି
ପୁରୀ ସହରକୁ ମୋଟ ୧୦ଟି ଜୋନ୍ ଓ ୨୯ଟି ସେକ୍ଟର୍‌ରେ ଭାଗ କରାଯାଇଛି । ଏହାସହ
ଦୁଇ ଚକିଆ, ଚାରି ଚକିଆ ଯାନ ପାର୍କିଂ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି
ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଆଇଜି (ହେଡ୍‌କ୍ୱାଟର୍ସ) ଏସ୍‌.ଏସ୍ ଦେବଦତ ସିଂ
ରଥଟଣା ସମୟରେ ଭକ୍ତଙ୍କ ପ୍ରବଳ ସମାଗମକୁ ଲକ୍ଷ୍ୟ କରି ଭିଡ ନିୟନ୍ତ୍ରଣ କରିବାକୁ ଉପଯୁକ୍ତ
ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହାସହ ଦକ୍ଷିଣାଂଚଳ ଆଇଜି
ସତ୍ୟବ୍ରତ ଭୋଇ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ
ସଂକ୍ରାନ୍ତରେ ସୂଚନା ଦେଇଥିଲେ ।
ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପଣ୍ଡା ରଥଯାତ୍ରା ସମୟରେ କର୍ତବ୍ୟନିଷ୍ଠ ତଥା
ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ ତୁଲାଇବାକୁ ଉପସ୍ଥିତ ପୋଲିସ୍ ଅଧିକାରୀ/କର୍ମଚାରୀଙ୍କୁ ପରାମର୍ଶ
ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ହାଇ ସିକ୍ୟୁରିଟି ଜୋନ୍‌ରେ ରହୁଥିବାରୁ ରଥଯାତ୍ରା ସମୟରେ
ଏହାର ଗୁରୁତ୍ୱ ବହୁମାତ୍ରାରେ ବଢି ଯାଇଥାଏ । କୌଣସି ଅଘଟଣକୁ ଏଡାଇବା ପାଇଁ ବମ୍
ଡିସ୍‌ପୋଜାଲ୍ ସ୍କ୍ୱାଡ୍‌, ପୁରୀର ପ୍ରବେଶ ପଥରେ ଆଚାି ଟେରୋରିଷ୍ଟ ସ୍କ୍ୱାଡ୍‌, ସ୍ପେଶାଲ
ଟାକ୍‌ଟିକାଲ ୟୁନିଟ୍ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ ।
କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ନଜରକୁ ଆସିଲେ ବିଳମ୍ବ ନ କରି ତୁରନ୍ତ ଉପରିସ୍ଥ
ଅଧିକାରୀଙ୍କୁ ଜଣାଇବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଅତିରିକ୍ତ ଡିଜିପି (ପୂର୍ବତଟ ରେଳପଥ ଓ ଉପକୂଳ ସୁରକ୍ଷା)
ସୁଧାଂଶୁ କୁମାର ଷଡ଼ଙ୍ଗୀ ୧୧୪୧ ଜଣ କର୍ମଚାରୀଙ୍କୁ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ
କରାଯିବ ବୋଲି ସୂଚନା ଦେଇଥିଲେ । ଏହାସହ ପୁରୀ ସହର ଦେଇ ଟ୍ରେନ୍ ଚଳାଚଳ
କରୁଥିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଏହାକୁ ପ୍ରତିହତ କରିବାକୁ
ଉଭୟ ଆର୍‌ପିଏଫ୍ ଏବଂ ରେଳବାଇ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି
ବୋଲି ମତବ୍ୟକ୍ତ କରିଥିଲେ । ରେଳ ଷ୍ଟେସନ୍‌ରେ ଦଳଚକଟା ଭଳି ଆକସ୍ମିକ ଅଘଟଣ
ନିମନ୍ତେ ସଜାଗ ରହିଥିବା କଥା ସେ ଉଲ୍ଲେଖ କରିଥିଲେ । ଏହାସହ ପୁରୀ ଉପକୂଳରେ ସମୁଦ୍ର
ଭିତରେ ୧୨ ନୋଟିକାଲ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା
ଦେଇଥିଲେ । ଏହାସହ ବାହ୍ୟଶତ୍ରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନାକୁ
ମଧ୍ୟ ସଜାଗ ରଖାଯାଇଛି ବୋଲି ସେ କହିଥିଲେ ।
ଆଜିର ଏହି ସମୀକ୍ଷା ବୈଠକରେ ପ୍ରଥମେ ଆଇଜି(କେନ୍ଦ୍ରାଂଚଳ) ନରସିଂହ ଭୋଳ
ଡିଜିପି ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ । ଉକ୍ତ ବୈଠକରେ
ଡିଆଇଜି(ଏସ୍‌ଟିଫ୍‌) ଜୟ ନାରାୟଣ ପଙ୍କଜ, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଅନିରୁଦ୍ଧ କୁମାର
ସିଂ, ଡିଆଇଜି(ଗୁଇନ୍ଦା) ଅନୁପ୍ କୁମାର ସାହୁ, ଭୁବନେଶ୍ୱର-କଟକ କମିଶନରେଟ ପୋଲିସ୍
ଅତିରିକ୍ତ ସିପି ଡ. ଉମାଶଙ୍କର ଦାଶ, ପୁରୀ ଏସ୍‌ପି କନୱର୍ ବିଶାଲ ସିଂଙ୍କ ସମେତ ବହୁ
ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.