ପ୍ରଧାନମନ୍ତ୍ରୀଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନରେ ସାମିଲ ହେଲେ ଡିନୋ ମେରିୟା,

27

ମୁମ୍ବାଇ; ବଲିଉଡର ତାରକା ମାନେ ଖ୍ରୀଷ୍ଟମାସ ପର୍ବକୁ ବହୁତ ଧୁମ୍ ଧାମର ସହିତ ପାଳନ କରିଥାନ୍ତି | ବନ୍ଧୁବାନ୍ଧବ, ପ୍ରିୟଜନ ତଥା ସାଙ୍ଗସାଥୀ ମାନଙ୍କ ସହ ଏହି ପର୍ବକୁ ପାଳନ କରି ତାହାର କିଛି ବିଶେଷ ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରନ୍ତି | ଏହି ପରୀପ୍ରେକ୍ଷୀରେ ୨୫ ଡିସେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଖ୍ରୀଷ୍ଟମାସ ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା | ଯେଉଁଠାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ଲୋକ ପହଞ୍ଚିଥିଲେ | ସେମାନଙ୍କ ସହିତ ବଲିଉଡ ଅଭିନେତା ଡିନୋ ମେରିୟା ମଧ୍ୟ ଏହି ସମାରୋହର ଅଂଶ ଗ୍ରହଣ କରିଥିଲେ | ଡିନୋ ପ୍ରଧାନମନ୍ତ୍ରୀଙ୍କ ସହ ଖ୍ରୀଷ୍ଟମାସ ପାଳନର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି |

ପିଏମ ମୋଦୀଙ୍କ ସହ କଥାବାର୍ତ୍ତା ବେଳେ ଡିନୋଙ୍କ ଉତ୍ତଳୋନ କରାଯାଇଥିବା ସେହି ଫଟୋ ସେୟାର କରିଛନ୍ତି। ଫଟୋଟି ସେୟାର କରି ଡିନୋ ଲେଖିଛନ୍ତି ଯେ, ଖ୍ରୀଷ୍ଟମାସର ଏହି ମଧ୍ୟାହ୍ନ ଭୋଜନ ସବୁଠାରୁ ସ୍ୱତନ୍ତ୍ର । ଏହା ସହ ଖ୍ରୀଷ୍ଟମାସ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଆମନ୍ତ୍ରଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିନୋ । ଧନ୍ୟବାଦ ଜଣାଇ ଡିନୋ ଲେଖିଛନ୍ତି ଯେ, ଆପଣଙ୍କୁ ଭେଟିବା ଏବଂ ଆପଣଙ୍କ କଥା ଶୁଣିବା, ଏବଂ ଆପଣଙ୍କ କଥାକୁ ହୃଦୟଙ୍ଗମ କରିବା ପ୍ରକୃତରେ ସ୍ମରଣୀୟ |

ଡିନୋଙ୍କ ଏହି ପୋଷ୍ଟରେ ୟୁଜର୍ସମାନେ ବହୁତ କମେଣ୍ଟ କରୁଛନ୍ତି | ସେ ସେମାନଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି – ‘ୱା, କ୍ୟା ବାତ୍ ହେ’, ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ‘ମେରୀ ଖ୍ରୀଷ୍ଟମାସ ଡିନୋ’ | ଅନେକ ପ୍ରଶଂସକ ମଧ୍ୟ ଡିନୋଙ୍କ ପୋଷ୍ଟରେ ହାର୍ଟ ଇମୋଜି ପୋଷ୍ଟ କରୁଛନ୍ତି |

ତେବେ ଡିନୋ ମେରିୟାଙ୍କୁ ତେଲୁଗୁ ଚଳଚ୍ଚିତ୍ର ଏଜେଣ୍ଟରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​| ଏହି ଚଳଚ୍ଚିତ୍ର ଗତ ବର୍ଷ ଏପ୍ରିଲରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ସହିତ ଦୀର୍ଘ ସମୟ ପରେ ଡିନୋ ବଡ ପରଦାକୁ ଫେରିଛନ୍ତି | ଡିନୋ ମଧ୍ୟ ତାଙ୍କର OTT ଡେବ୍ୟୁ କରିଛନ୍ତି | ତାଙ୍କର ସିରିଜ୍ ‘ଦ ଏମ୍ପାୟାର’ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିଲା ​​|

Comments are closed, but trackbacks and pingbacks are open.