ଦୀଘାରେ ଜଗନ୍ନାଥ ମନ୍ଦିର ଉଦଘାଟିତ….

74

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଦିନାପୁର ଜିଲ୍ଲା ଦୀଘାରେ ଭବ୍ୟ ଜଗନ୍ନାଥ ମନ୍ଦିର ପବିତ୍ର ଅକ୍ଷୟ ତୃତୀୟା,ବୁଧବାର ଅପରାହ୍‌ଣରେ ଉଦ୍‌ଘାଟନ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଅନୁକରଣ କରି ୨୦ଏକର ଜାଗାରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିର ପ୍ରତିଷ୍ଠା ହେଲା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଦୀଘାରେ ନିର୍ମିତ ଏହି ଭବ୍ୟ ମନ୍ଦିରରେ ସବୁ ଧର୍ମର ଲୋକେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି। ହିନ୍ଦୁଧର୍ମର ମନ୍ଦିରଗୁଡ଼ିକରେ ମୁଖ୍ୟତଃ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ବାରଣ ଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରରେ ଏସବୁ କଟକଣା ନାହିଁ ବୋଲି କୁହାଯାଉଛି। ରାଜସ୍ଥାନର ୮୦୦ରୁ ଅଧିକ କୁଶଳୀ କାରିଗର ଏହି ମନ୍ଦିର ନିର୍ମାଣ କରିଛନ୍ତି । ଦୀଘାର ମନ୍ଦିରରେ ପୁରୀ ଜଗନ୍ନାଥ ମନ୍ଦିର ପରି ଭୋଗ ମଣ୍ଡପ, ନାଟ ମଣ୍ଡପ,ଜଗମୋହନ ଏବଂ ପବିତ୍ର ଗର୍ଭଗୃହରେ ଅତି ନିଖୁଣ କାରୁକାର୍ଯ୍ୟ କରାଯାଇଛି ।

Comments are closed, but trackbacks and pingbacks are open.