ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା :-

91

କୋଲକାତା: ଅନେକ ତର୍କ ବିତର୍କ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା । ‘ଜଗନ୍ନାଥ ଧାମ’ ନାମ ହଟାଯାଇଥିବା ନେଇ ପଶ୍ଚିମବଙ୍ଗ ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ କହିଛନ୍ତି | ତେବେ ଆଜି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ ବୋଲି କହିଥିଲେ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ଟାର୍ଗେଟ୍ କରିଥିଲେ ମମତା । ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଗତ କିଛି ଦିନ ହେବ ତେଜିବାରେ ଲାଗିଥିଲା। ପ୍ରାଣ ପ୍ରତିଷ୍ଠା ପର ଠାରୁ ହିଁ ଦୀଘା ଜଗନ୍ନାଥ ଧାମ ନାମକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ପରେ ପୁରୀ ଶ୍ରୀମନ୍ଦିର ନବକଳେବର ବଳକା କାଠରେ ଦୀଘାରେ ୩ ଠାକୁର ତିଆରି ହୋଇଥିବା ନେଇ ବିବାଦ ଉପୁଜିଥିଲା । ଯେଉଁଥିରେ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ସମ୍ପୃକ୍ତି ଥିବାରୁ ତାଙ୍କ ଅଡୁଆ ବଢିଛି । ଆଉ ଆଜି ପୁରୀକୁ ବଙ୍ଗୀୟ ପର୍ୟ୍ୟଟକଙ୍କୁ ନଆସିବାରୁ ବାରଣ କରି ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି ।

Comments are closed, but trackbacks and pingbacks are open.