ମମତାଙ୍କ ପ୍ରସ୍ତାବରେ ରାଜିନାହାନ୍ତି କି ନବୀନ?

27

(ମମତା-ନବୀନ ଭେଟଘାଟ ବଢିଲା ଚର୍ଚ୍ଚା । ଅଣ ବିଜେପି-ଅଣ କଂଗ୍ରେସ ମେଣ୍ଟ ଉପରେ ହୋଇଛି କି ଆଲୋଚନା? ମମତାଙ୍କ ବୟାନରୁ ବଢିଲା ସନ୍ଦେହ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତୃତୀୟ ସାମୁଖ୍ୟ ଗଠନ କରିପାରନ୍ତି ଦିଦି । ଅଣ ବିଜେପି, ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ କରି ତାର ନେତୃତ୍ୱ ମମତା ନେଇ ପାରନ୍ତି ବୋଲି ବଢୁଛି ଚର୍ଚ୍ଚା । ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ନବୀନ-ମମତା ଭେଟଘାଟ । ତେବେ ଉଭୟ ଏହି ଭେଟଘାଟକୁ ସୌଜନ୍ୟମୂଳକ କହିଥିବା ବେଳେ, ମମତାଙ୍କ ବୟାନ ଅଲଗା କିଛି ଦିଗକୁ ଇସାରା ଦେଉଛି ।

ତେବେ ସାକ୍ଷାତକାର ଅବସରରେ ନବୀନଙ୍କୁ ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କରିବା ସହ ନବୀନ ପଟ୍ଟନାୟକଙ୍କୁ ବଡ ନେତା କହିବାକୁ ପଛାଇ ନାହାନ୍ତି ମମତା । ନବୀନଙ୍କ ଆତିଥେୟତାକୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି । ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ପୁରୀରେ ଗେଷ୍ଟ ହାଉସ ନିର୍ମାଣ ପାଇଁ ଜାଗା ଦେଇଥିବାରୁ ନବୀନଙ୍କ ନିକଟରେ କୃତଜ୍ଞ କହିବା ସହ ଧନ୍ୟବାଦ ଦେଇଛନ୍ତି ମମତା । ଓଡିଶା- ବଙ୍ଗଳା ମଧ୍ୟରେ ଇଣ୍ଡଷ୍ଟ୍ରିଆଲ କରିଡର କରିବା ନେଇ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି ଦିଦି । ସେପଟେ କିନ୍ତୁ ଏତେ ପ୍ରଶଂସା ଭିତରେ ନିର୍ବାଚନକୁ ନେଇ କିଛି ଆଲୋଚନା ହୋଇନି କହିବା ସହ କିଛି ପ୍ରସ୍ତାବକୁ ନବୀନ ସମର୍ଥନ ପ୍ରକାଶ କରନ୍ତି ନାହିଁ, କିଛି ପ୍ରସ୍ତାବକୁ ମୁଁ ସମର୍ଥନ କରେ ନାହିଁ ବୋଲି କହିଛନ୍ତି ।

ତେବେ ସମଦୂରତ୍ୱର ଫରମୁଲାକୁ ନିଜ ରାଜନୈତିକ ଚିନ୍ତାଧାରାରେ ସବୁବେଳେ ରଖିଥିବା ନବୀନ, ବୋଧହୁଏ ମମତାଙ୍କ ତୃତୀୟ ସାମୁଖ୍ୟ ପ୍ରସ୍ତାବରେ ରାଜି ହୋଇନଥିବାରୁ ଦିଦି ଏପରି କିଛି କହିଲେ କି, ତାକୁ ନେଇ ଏବେ ବେଶ ଚର୍ଚ୍ଚା । କିଛି ଦିନ ପୂର୍ବରୁ ମମତା ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଅଖିଳେଶଙ୍କୁ ଭେଟି ମେଣ୍ଟର ସଙ୍କେତ ମଧ୍ୟ ଦେଇଥିଲେ । ମମତା-ନବୀନ ଭେଟଘାଟ ପରେ ନବୀନଙ୍କ ଆଭିମୁଖ୍ୟ କଣ ରହିବ ତା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.