ବିଜୟ ବୁଝାଇଲେ ଚିରଞ୍ଜୀବୀ ବୁଝିଗଲେ?

22

ଚିରଞ୍ଜୀବୀଙ୍କୁ ଭେଟିଲେ ବିଜୟ । ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ କରୁଛନ୍ତି ବିଜୟ ! ୨୪ ପାଇଁ ବିଜୟ ରୁଛନ୍ତି ମାଷ୍ଟର ପ୍ଲାନ ! ଦଳକୁ ସଂଗଠିତ କରିବାକୁ ଉଦ୍ୟମ? ସରଗରମ ହେଉଛି ରାଜ୍ୟ ରାଜନିତୀ । ଆଗକୁ ୨୪ ନିର୍ବାଚନ ଥିବାରୁ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରୁଛି ଦଳ । ରାଜ୍ୟ କଂଗ୍ରେସ ସ୍ଥିତି ପରିବର୍ତ୍ତନ ପାଇଁ ଲାଗି ପଡିଛନ୍ତି ବିଜୟ । ଚିରଞ୍ଜୀବୀଙ୍କ ମାନଭଞ୍ଜନ । ଦଳୀୟ ସମାବଶ ରୁ ଦୂରେଇ ରହୁଥିବା ଚିରଞ୍ଜୀବୀ ବିଶ୍ୱାଳଙ୍କୁ ଭେଟିଛନ୍ତି ବିଜୟ ପଟ୍ଟନାୟକ । ଏହି ସାକ୍ଷାତକାରକୁ ଚିରଞ୍ଜୀବୀ ସୌଜନ୍ୟମୂଳକ କହିଥିବା ବେଳେ ଅନ୍ୟପଟରେ ବିଜୟ ତାଙ୍କୁ ବୁଝାଇବାକୁ ଯାଇଥିଲେ ବୋଲି ଚର୍ଚ୍ଚା ଜୋରଧରିଛି । ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ଭେଟୁଛନ୍ତି ।

ଚର୍ଚ୍ଚା ହେଉଛି ଯେ , ସେ ଦଳୀୟ ନେତାଙ୍କୁ ଏକାଠି କରି ୨୦୨୪ ପାଇଁ ଦଳୀୟ ସଂଗଠନକୁ ମଜବୁତ କରିବାର ଲକ୍ଷ୍ୟ ରଖିଛନ୍ତି । ଜଣେ ପ୍ରଶାସକ ଭାବେ ସମନ୍ୱୟ ରଖା କରିବାର ଅଭିଜ୍ଞତା ଥିବାରୁ ଦଳ ତାଙ୍କୁ ଭେଟଘାଟ ଜରିଆରେ ସମ୍ପର୍କ ସ୍ଥାପନ କରିବାକୁ ଦାୟିତ୍ୱ ଦେଇଛି । ଏହା ପୂର୍ବରୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଏବଂ ପୃଥ୍ୱୀବଲ୍ଳଭ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଥିଲେ । ତେବେ ଏହି ଦେଖାସାକ୍ଷାତ ପରେ ଚିରଞ୍ଜୀବୀ କହିଛନ୍ତି- ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ତଥାପି ଦଳୀୟ ସଂଗଠନ ଓ ଦଳୀୟ ରଣନୀତି ନେଇ ଚର୍ଚ୍ଚା ହୋଇଥିଲା ବୋଲି ଚିରଞ୍ଜୀବୀ କହିଛନ୍ତି ।

ସେହିପରି ବିଜୟ ପଟ୍ଟନାୟକ କହିଛନ୍ତି, ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ତାଙ୍କ ମତାମତ ନିଆଯାଇଥିଲା । ଏସବୁ ଭିତରେ କିନ୍ତୁ ଯେତେବେଳେ ସାମ୍ବାଦିକମାନେ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ପରିବର୍ତ୍ତନ ଚର୍ଚ୍ଚା ଉପରେ ପ୍ରଶ୍ନ କରିଥିଲେ, ସେ ଚିହିଁକି ଯାଇଥିଲେ । ଚିରଞ୍ଜୀବ କହିଛନ୍ତି, କଂଗ୍ରେସ ଭବନ ଯିବା ଅପେକ୍ଷା ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସହ ରହିବା ଗୁରୁତ୍ୱୂପୂର୍ଣ୍ଣ । ତେବେ ଦେଖିବାକୁ ବାକି ରହିଲା ବିଜୟଙ୍କ ଏହି ସାକ୍ଷାତକାର ଚିରଞ୍ଜୀବୀଙ୍କ ଉପରେ କେତେ ପ୍ରଭାବିତ ପକାଉଛି ଏବଂ ୨୦୨୪ ଲଢ଼େଇରେ ଚିରଞ୍ଜୀବୀ ଦଳରେ କେଉଁ ରୋଲ ପ୍ଲେଏ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.