ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର

81

ସମ୍ବଲପୁର: ହୀରାକୁଦ ଜଳସ୍ତର ବଢୁଛି । ଗତକାଲି ୫ଟି ଗେଟ ଖୋଲିଥିବାବେଳେ ଆଜି ଆଉ ତିନୋଟି ଗେଟ ଖୋଲାଯାଇଛି ।  ଫଳରେ ଏବେ  ମୋଟ ୮ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି ।ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ମହାନଦୀ ଜଳସ୍ତର ବୃଦ୍ଧି ପାଇବା ସହ ହରାକୁଦ ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବଢୁଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ଡ୍ୟାମରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ କରାଯାଇଥିଲା । ବାମପଟର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ଛଡା ଯାଇଥିଲା ।

ପାଣିପାଗ ବିଭାଗ ଆକଳନ ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସଗାରରେ ସୃଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ହରାକୁଦର ଆଉ ୩ଟି ସ୍ଲୁଇସ ଗେଟ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା । ପରେ ଏହି ତିନୋଟିକୁ ମିଶାଇ ଏବେ ୮ଟି ଗେଟ ଦେଇ ବନ୍ୟା ଜଲ ନିଷ୍କାସିତ ହେଉଛି ।

ସୂଚନାଥାଉ କି, ହୀରାକୁଦ ଡ୍ୟାମର ଜଳସ୍ତର ଏବେ ୬୧୪.୬୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୯୩ ହଜାର ୬୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ଏହି ସମୟ ମଧ୍ୟରେ ୧ ଲକ୍ଷ ୧୭ହଜାର ୧୨୬ କ୍ୟୁସେକ୍ ବନ୍ୟା ପାଣି ନିଷ୍କାସିତ ହେଉଛି । ଫଳରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

Comments are closed, but trackbacks and pingbacks are open.