ନ୍ୟାସନାଲ ସାଇନ୍ସ ସେମିନାର ପାଇଁ ମୁମ୍ବାଇ ଯିବେ ଢେଙ୍କାନାଳ ଝିଅ ସ୍ୱାତୀ ସ୍ୱାଗତିକା

228

ଭୁବନେଶ୍ଵର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ପଞ୍ଚାୟତିରାଜ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସ୍ୱାତୀ ସ୍ୱାଗତିକା ମହାପାତ୍ର । ରାଜ୍ୟ ସ୍ତରୀୟ ସାଇନ୍ସ ସେମିନାରରେ ହୋଇଛନ୍ତି ଟପ୍ପର। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରିଥିବା ସ୍ୱାତୀ ସ୍ୱାଗତିକା ଏହି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିବେ। ରାଜ୍ୟ ସ୍ତରୀୟ ସାଇନ୍ସ ସେମିନାର ପ୍ରତିଯୋଗିତାରେ ଟପ୍ପର ହୋଇ ଗୌରବ ଆଣିଥିବା ସ୍ୱାତୀ, ଜାତୀୟ ସ୍ତରୀୟ ସାଇନ୍ସ ସେମିନାରରେ ରାଜ୍ୟ ର ଟେକ ରଖିବା ନେଇ ଆଶାବାଦୀ ଥିବା କହିଛନ୍ତି। ଆସନ୍ତା ୨୬ ତାରିଖରେ ମୁମ୍ବାଇର ନେହେରୁ ବିଜ୍ଞାନ କେନ୍ଦ୍ରରେ ଜାତୀୟ ସ୍ତରୀୟ ସାଇନ୍ସ ସେମିନାର ଆୟୋଜନ ହେବ। ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ସମ୍ପର୍କିତ ସାଇନ୍ସ ସେମିନାରରେ ଜାତୀୟ ସ୍ତରରେ ଏବେ ପ୍ରତିନିଧିତ୍ଵ କରିବେ । ଏହି ଅବସରରେ ସ୍ଵାତୀ ସ୍ୱାଗତିକାଙ୍କୁ ଆଶୀର୍ବାଦ ଦେବା ସହିତ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକ- ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ।

Comments are closed, but trackbacks and pingbacks are open.