ବହୁତ କଥା କହୁଛନ୍ତି ଧର୍ମେନ୍ଦ୍ର !

29

ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ଧର୍ମେନ୍ଦ୍ରଙ୍କୁ ପଡିଲା ଭାରି ! ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ଭାଗିରଥୀ । ଧର୍ମେନ୍ଦ୍ର ନିଜ ଦଳ କଥା ଚିନ୍ତା କରିନ୍ତୁ । ଧର୍ମେନ୍ଦ୍ର୍ରଙ୍କୁ ଚୁପ୍ କରଦେଲେ ଭାଗିରଥୀ ! ସରଗରମ ହେଉଛି ରାଜ୍ୟ ରାଜନିତୀ । ଦିନକୁ ଦିନକୁ ବଦଳୁି ରାଜନୈତିକ ସମ୍ମୀକରଣ । ଭର୍ତ୍ତୃହରିଙ୍କୁ ପ୍ରଶଂସା କଲେ ଧମେନ୍ଦ୍ର ଏହାକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ଏବଂ ବିଜେଡି ତାଙ୍କୁ ଅବହେଳା କରିବା ପ୍ରସଙ୍ଗରେ ଜବାବ ରଖିଲେ ବିଜେଡି ବିଧାୟକ ଭାଗିରଥୀ ସେଠୀ ।

ଭାଗିରଥୀ କହିଛନ୍ତି, ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ । ତାଙ୍କ ଦଳରେ ନେତାଙ୍କ ଭିତରେ ଅନେକ ଫାଟ ଅଛି । ଭର୍ତ୍ତୃହରି ବାବୁଙ୍କ କଥା କାହିଁକି ଚିନ୍ତା କରୁଛନ୍ତି ।ଭର୍ତ୍ତୃହରି ବାବୁ ୬ ଥର ସାଂସଦ ହେଲେଣି, ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କ ରହିଛି । ସେ ଦଳରେ ବର୍ତମାନ ଅଛନ୍ତି ଏବଂ ରହିବେ ମଧ୍ୟ । ବିଜେଡି ଭର୍ତ୍ତୃହରିଙ୍କ ପ୍ରତି କେବେ ଅବହେଳା କରିନାହିଁ । ପାଣ୍ଡବ ଓ କୌରବ ପ୍ରସଙ୍ଗକୁ ନେଇ ଭାଗିରଥୀ କହିଛନ୍ତି, ସେ ବହୁତ ମହାଭାରତ କଥା ଜାଣିଛନ୍ତି, ସେ ଯଦି କୌରବ ତେବେ ପାଣ୍ଡ୍ୱ କିଏ ? ସେମାନେ ପାଣ୍ଡ୍ୱ ଶିବିରରେ ରହି କି କାମ କରୁଛନ୍ତି ?

ପାଣ୍ଡ୍ୱ ଶିବିରରେ ରହି ଶକୁନି କାମ କରୁଛନ୍ତି, ଓଡିଶାକୁ ନଷ୍ଟ କରିବା ପାଇଁ ଶକୁନିର ଭୂମିକା ନିର୍ବାହ କରୁଛନ୍ତି । ପାଣ୍ଡବ ତ ନ୍ୟାୟ ଧର୍ମରେ ରହିଥିଲେ, ବିଜେଡି ବି ନ୍ୟାୟ ଧର୍ମରେ ଅଛି । ତେବେ ଆଗକୁ ଏହି ବାକ୍ ଯୁଦ୍ଦ କଣ ମୋଡ ନେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.