ଧର୍ମେନ୍ଦ୍ରଙ୍କୁ ନୂଆ ଦାୟିତ୍ୱ

23

ଧର୍ମେନ୍ଦ୍ରଙ୍କୁ ନୂଆ ଦାୟିତ୍ୱ l କର୍ଣ୍ଣାଟକରେ ବିଜେପିର ୟୁପି ଫର୍ମୁଲା l ବିଜେପିର କର୍ଣ୍ଣାଟକ ପ୍ରଭାରୀ ହେଲେ ଧର୍ମେନ୍ଦ୍ର l ନିର୍ବାଚନରେ ପୁଣି ବିଜୟ ହାସଲ କରିବା ଲକ୍ଷ୍ୟରେ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁଣି ଥରେ ଭରସା କଲା ଦଳ । କିଛି ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ । ସମସ୍ତ ଦଳ ନିଜ ନିଜର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇସାରିଛନ୍ତି । ଏ ସବୁ ଭିତରେ ରାଜ୍ୟରେ ଶାସନ କରୁଥିବା ବିଜେପି ନିର୍ବାଚନରେ ପୁଣି ବିଜୟ ହାସଲ କରିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଦେଇଛି । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୟୁପି ଫର୍ମୁଲା ଆପଣେଇଛି ଦଳ । ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ତାମିଲନାଡୁ ପ୍ରଦେଶ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳର ସହପ୍ରଭାରୀ ହେବେ । ଏପ୍ରିଲ-ମେ ମାସରେ ଏଠାରେ ବିଧାନସଭା ନିର୍ବାଚନ ହେବା ନେଇ ଆଶା କରାଯାଉଛି । ତେଣୁ ବିଭିନ୍ନ ଦଳ ଏବେଠାରୁ ନିଜର ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି । ଗତବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ସହ ଅତୀତରେ ହୋଇଥିବା ଅନେକ ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଥିଲା । ଉତ୍ତରପ୍ରଦେଶରେ ବିଜେପି ବଡ ଅନ୍ତରରେ ବିଜୟ ହାସଲ କରିଥିଲା । ପୂର୍ବରୁ ୨୦୧୩ରେ କର୍ଣ୍ଣାଟକ, ବିହାର, ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଧର୍ମେନ୍ଦ୍ର । ସେହିଭଳି ୨୦୧୫ ଏବଂ ୨୦୧୮ ନିର୍ବାଚନରେ ଆସାମ ଏବଂ ମଧ୍ୟପ୍ରଦେଶରେ ସେ ବିଜେପିର ପ୍ରଭାରୀ ଥିଲେ । ତେଣୁ ଦଳ ତାଙ୍କଠାରୁ ଅଧିକ ଆଶା ରଖିଛି । ଦକ୍ଷିଣ ଭାରତର ଏହି ରାଜ୍ୟରେ ସରକାରକୁ ବଞ୍ଚାଇ ରଖିବା ପାଇଁ ଦଳ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦେଇଛି । କର୍ଣ୍ଣାଟକ ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ବିଜେପିର ସରକାର ଅଛି । ଯାହାକୁ ହାତ ଛଡା କରିବାକୁ ଚାହୁଁନି ଦଳ ।

Comments are closed, but trackbacks and pingbacks are open.