ଧର୍ମେନ୍ଦ୍ର ହସ୍ପିଟାଲରୁ ହେଲେ ଡିସଚାର୍ଜ

105

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡର ବରିଷ୍ଠ ଅଭିନତୋ ଧର୍ମେନ୍ଦ୍ର ଦେଓଲ। ବହୁ ଦିନ ଧରି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଧର୍ମେନ୍ଦ୍ରଙ୍କୁ ଆଜି ସକାଳ ୭:୩୦ରେ ଡିସଚାର୍ଜ କରାଯାଇଥିଲା। ସୂତ୍ର ଅନୁସାରେ, ଧର୍ମେନ୍ଦ୍ର ଏବଂ ଘରେ ଚିକିତ୍ସିତ ହେବେ । ଅଭିନେତା ଧର୍ମେନ୍ଦ୍ରଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀକ ସମଦାନୀ କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ଆଜି ଡିସଚାର୍ଜ ଦିଆଯାଇଛି। କିନ୍ତୁ ତାଙ୍କ ଚିକିତ୍ସା ତାଙ୍କ ଘରେ ଜାରି ରହିବ। ସୂଚନାଯୋଗ୍ୟ, ନଭେମ୍ବର ୧୦ ତାରିଖରେ ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା, କିନ୍ତୁ ଏବେ ଜଣାପଡୁଛି ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। ତାଙ୍କ ପରିବାର ତାଙ୍କୁ ଘରକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେଥି ପାଇଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତାଙ୍କ ବଙ୍ଗଳାରେ ତାଙ୍କର ଚିକିତ୍ସା ଜାରି ରହିବ। ଅଭିନେତାଙ୍କ ଡିସଚାର୍ଜ ଖବରରେ ଅଭିନେତାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Comments are closed, but trackbacks and pingbacks are open.