ପୌର ନିର୍ବାଚନ କୁ ନେଇ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ଓ ଅପରାଜିତା,ନିର୍ବାଚିତ ପ୍ରତିନିଧି ଙ୍କୁ ଜଣାଇଲେ ଅଭିନନ୍ଦନ

17

ସମାପ୍ତ ହୋଇଛି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ । ଏହାସହ ଦଳର ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛି ।ତେବେ ଚଳିତ ମାସ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଜୋର ଦାର ପ୍ରସ୍ତୁତିରେ ଲାଗିଥିବା ବେଳେ ,ଫଳାଫଳ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ । ଆଗାମୀ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଭୟ ନେତା । ଧର୍ମେନ୍ଦ୍ର କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଯଦିଓ ଦଳର ପ୍ରଦର୍ଶନ ଖରାପ ରହିଛି ତଥାପି ବିଜୟୀ ପ୍ରାର୍ଥୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହା ସହିତ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡ଼ିଶାର ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟର ତଥା ମୋଟ୍ ୩୦.୦୭ ପ୍ରତିଶତ ମତଦାତା ଆମ ଦଳକୁ ସେମାନଙ୍କର ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ତୃଣମୂଳ ସ୍ତରରେ କର୍ମକର୍ତ୍ତା କଠିନ ପରିଶ୍ରମ କରିଥିବା ନେଇ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆଗକୁ ଆହୁରି ପରିଶ୍ରମ କରିବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟ ପକ୍ଷରେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅପରାଜିତା । ଦଳ ଭଲ ପ୍ରଦର୍ଶନ କରି ପାରିଥାନ୍ତା ମାତ୍ର ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିପାରିବ । ଖୁବ ଶୀଘ୍ର ଦଳ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଅପରାଜିତା କହିଛନ୍ତି ।

Comments are closed, but trackbacks and pingbacks are open.