କେନ୍ଦୁଝର ଜିଲ୍ଲାର ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପାଇଲା ବିଶ୍ଵବିଦ୍ୟାଳୟ ମାନ୍ୟତା

26

ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଲା କେନ୍ଦୁଝର ଜିଲ୍ଲାର ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ଵାରା କେବଳ କେନ୍ଦୁଝର ଜିଲ୍ଲା ନୁହେଁ ବରଂ ଆଖପାଖ ଜିଲ୍ଲାମାନଙ୍କର ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେବେ। ତେବେ ପୂର୍ବରୁ ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାୟ, ବାରିପଦାର ଦ୍ଵିତୀୟ କ୍ୟାମ୍ପସ ଭାବେ କାର୍ଯ୍ୟ କରୁଥିଲା। ହେଲେ ଏବେ ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଲା। ଫଳରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

ତେବେ ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଆସିବେ। ଏହା ପୂର୍ବରୁ କେନ୍ଦୁଝର ବାସୀଙ୍କୁ ଏହି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ବାସୀଙ୍କୁ ପ୍ରାୟ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ।

ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟା ୧୫ ମିନିଟରେ କେନ୍ଦୁଝରରେ ପହଞ୍ଚିବେ।୧୧ଟା ୨୦ରେ ସେ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଉଦ୍ଘାଟନ କରିବେ। ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମେଡିକାଲ କଲେଜକୁ ଉଦ୍ଘାଟନ କରିବା ପରେ ସାଧାରଣ ସଭାରେ ଯୋଗଦାନ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି ।

Comments are closed, but trackbacks and pingbacks are open.