ଶପଥ ନେଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ

27

ଭୁବନେଶ୍ୱର : ବିଧାନସଭାରେ ଶପଥ ନେଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଧାମନଗରର ନବନିର୍ବାଚିତ ବିଧାୟକ ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶପଥ ପାଠ କରାଇଛନ୍ତି । ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା ।

ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ତଥା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜୟୀ ହୋଇଥିଲେ । ଏହାପରେ ବୁଧବାର ଦିନ ବିଜେପି ନେତା ତଥା ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶପଥ ପାଠ କରାଇଥିଲେ ବାଚସ୍ପତି । ଶପଥ ପାଠ ପରେ ବାଚସ୍ପତିଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ ସୁରଜ ।

ବିଧାନସଭା ପ୍ରବେଶ ପଥରେ ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ ସୂର୍ଯ୍ୟବଂଶୀ ସୂରଜ । ବିଧାୟକ ଭାବରେ ଶପଥ ନେବା ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ସୂରଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments are closed, but trackbacks and pingbacks are open.