ଏବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ

33

ଭୁବନେଶ୍ୱର: ଝୁଲା ପୋଲ ଏବେ ଆତଙ୍କ ଖେଳାଇଛି । ଗୁଜରାଟ ଘଟଣା ପରେ ଧବଳେଶ୍ୱର ଝୁଲା ପୋଲକୁ ନେଇ ପ୍ରଶାସନ ତପôର ହୋଇ ଉଠିଛି । ତେବେ ଏହା ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ୧୪୪ ଧାରା ଜାରି ହୋଇଥିବାରୁ ଏବର୍ଷ ଧବଳେଶ୍ୱର ଯାତ୍ରାକୁ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି ।  ଧବଳେଶ୍ୱରକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନାହିଁ ।  ଏନେଇ କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି ଯେ ଝୁଲା ପୋଲ ଅସୁରକ୍ଷିତ ଥିବାରୁ କଟକଣା  ଜାରି କରାଯାଇଛି ।  ଅସୁରକ୍ଷିତ ପୋଲ ପାଇଁ ପ୍ରଶାସନ ୧୪୪ ଧାରା ଜାରି କରିଛି ।  ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୧୪୪ ଜାରି ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ନାହିଁ ବୋଲି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ସ୍ପଷ୍ଟ କରିଛନ୍ତି ।ଆଗକୁ ଆସୁଛି ବଡ଼ ଓଷା। ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷାରେ ପ୍ରବଳ ଭିଡ ହୋଇଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ପାଇଁ ଆସିବେ। ଏହି ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ଝୁଲା ପୋଲରେ ପ୍ରବଳ ଭିଡ ଜମିବାର ସମ୍ଭାବନା ରହିଛି। ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ଅଘଟଣ ଘଟିବା ଆଶଙ୍କା କରି ଆଜି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି। ଝୁଲାପୋଲର ମରାମତି ପାଇଁ ଜାରି କରାଯାଇଛି ୧୪୪ ଧାରା। ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ। ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଜାରି ରହିବ। ଗୁଜରାଟ ଝୁଲା ପୋଲ ଟ୍ରାଜେଡି ପରେ ଝୁଲାପୋଲରେ ଫାଟ ଯୋଗୁ ରାଜ୍ୟ ସରକାର ଯାତ୍ରୀ କଟକଣା ଜାରି କରିଛନ୍ତି। ତେବେ ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା।

Comments are closed, but trackbacks and pingbacks are open.