୫୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ସମ୍ମାନ

16

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ୫୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ‘ଡିଜିପି ଡିସ୍କ’ ପ୍ରଦାନ କରି ସମ୍ମାନିତ କରିଛନ୍ତି। ନିଷ୍ଠାପର ସେବା, କର୍ତ୍ତବ୍ୟପରାୟଣତା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଡିଜିପି ଶ୍ରୀ ଖୁରାନିଆ ସେମାନଙ୍କୁ ପଦକ ଏବଂ ମାନପତ୍ର ପ୍ରଦାନ କରିଥିଲେ। ପଦକ ଗ୍ରହଣ କରିଥିବା ପ୍ରମୁଖ ଅଧିକାରୀ: ଶ୍ରୀ ଅବିନାଶ କୁମାର – ନିର୍ଦ୍ଦେଶକ (ଏସସିଆରବି), ଶ୍ରୀ ବି. ଗଙ୍ଗାଧର – ଡିଆଇଜି (କ୍ରାଇମବ୍ରାଞ୍ଚ), ଡ. ଶ୍ରବଣ ବିବେକ ଏମ – ବ୍ରହ୍ମପୁର ଏସପି, ଶ୍ରୀ ରାହୁଲ ଜୈନ – ଅନୁଗୋଳ ଏସପି, ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର – ନୟାଗଡ଼ ଏସପି, ଶ୍ରୀ ହରିଶ ବି. ସି – ଗଞ୍ଜାମ ଏସପି, ଶ୍ରୀ ଅଙ୍କିତ କୁମାର ବର୍ମା – ଜଗତସିଂହପୁର ଏସପି, ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ – ନବରଙ୍ଗପୁର ଏସପି, ଶ୍ରୀ କୁଳଦୀପ ମୀନା – ବୌଦ୍ଧ ଏସପି, ଶ୍ରୀ ରାକେଶ କୁମାର ସାହୁ – ଏସଡିପିଓ (ଆର. ଉଦୟଗିରି, ଗଜପତି), ଶ୍ରୀ ୟାକୁବ ଖାନ – କମାଣ୍ଡାଣ୍ଟ (୩ୟ ଆଇଆରବିଏନ, କଳିଙ୍ଗନଗର) ଏହାବ୍ୟତୀତ ୩ ଜଣ ଅତିରିକ୍ତ ଏସପି, ୨ ଜଣ ଡେପୁଟି କମାଣ୍ଡାଣ୍ଟ, ୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୮ ଜଣ ଇନ୍ସପେକ୍ଟର, ୪ ଜଣ ସବ-ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର, ୫ ଜଣ ହାବିଲଦାର, ଜଣେ ଡ୍ରାଇଭର ଏବଂ ୧୩ ଜଣ କନଷ୍ଟେବଳ/ଓଏପିଏଫ/ସିପାହୀ ଏହି ସମ୍ମାନଜନକ ପଦକ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଏହି ଅଧିକାରୀ ଓ କର୍ମଚାରୀମାନଙ୍କ ନାମ ଘୋଷଣା କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପଦକ ପ୍ରଦାନ ସମାରୋହ ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟ ପୋଲିସ ମୁଖ୍ୟାଳୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.