ଦିବ୍ୟାଙ୍ଗ ଶିଶୁକୁ ଦୁର୍ବ୍ୟବହାର : ଇଣ୍ଡିଗୋ ବିମାନ ଉପରେ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଲା ଡିଜିସିଏ

118

ଇଣ୍ଡିଗୋ ବିମାନ ଉପରେ ୫ ଲକ୍ଷ ତାଙ୍କର ଜୋରିମାନା Iସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ ଜେନେରାଲ୍ (ଡିଜିସିଏ) ପକ୍ଷରୁ ଏହି ମାସ ୭ ତାରିଖ ଦିନ ରାଞ୍ଚି ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ଶିଶୁକୁ ବିମାନରେ ଚଢିବା ପାଇଁ ରୋକିବା ଫଳରେ ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି I ଏନେଇ ଡିଜିସିଏ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ତଦନ୍ତ ପରେ ଜଣାପଡ଼ିଥିଲା ଯେ ଇଣ୍ଡିଗୋର ଗ୍ରାଉଣ୍ଡ ଷ୍ଠାଫ୍ ପିଲାକୁ ଖରାପ ବ୍ୟବହାର କରିଥିଲେ। ହେଲେ ପରେ ମାମଲାକୁ ବଢ଼ାଇ ଦିଆଯାଇଥିଲା।“ ଏହି ମାମଲାରେ ତାଙ୍କୁ ଅଧିକ ସମ୍ବେଦନଶୀଳ ହୋଇ କାମ କରିବାର ଥିଲା । ଯାହାଦ୍ୱାରା ଘଟଣାକୁ ସହଜରେ ଶାନ୍ତ କରାଯାଇପାରିଥାନ୍ତା । କମ୍ପାନୀ କର୍ମଚାରୀ ଏମିତି କରିପାରିଲେନି ଓଲଟା ଶେଷରେ ଯାତ୍ରୀଙ୍କୁ ବିମାନରେ ଚଢ଼ିବାକୁ ମନା କରିଦିଆଯାଇଥିଲା ।

ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପାଇଁ ଏହାର ନିର୍ଦ୍ଦେଶନାମା ବଦଳାଇବ ବୋଲି ଡିଜିସିଏ କହିଛି। ଡିଜିସିଏ ଅନୁଯାୟୀ, “ଯଦି ସହାନୁଭୂତି ସହ ମାମଲା ସମ୍ଭାଳି ନେଇଥିଲେ କଥା ଏତେ ଦୁରକୁ ବଢି ନ ଥାନ୍ତା ” I ଦିବ୍ୟାଙ୍ଗ ଙ୍କ କ୍ଷେତ୍ରରେ ତାଙ୍କୁ ଟିକେ ଅଧିକ ବୁଝାଇବାକୁ ପଡ଼ିଥାଏ। କିନ୍ତୁ ଏୟାରଲାଇନ୍ କର୍ମଚାରୀ ଏହା କରିବାରେ ବିଫଳ ହୋଇଥିଲେ। ନିୟମ ମାନି ନଥିଲେ। ଏହାକୁ ନଜରରେ ରଖି ଏୟାରକ୍ରାଫ୍ଟ ରୁଲ୍ ଅନୁସାରେ, ବିଭାଗୀୟ ସଂସ୍ଥା ଡିଜିସିଏ ଇଣ୍ଡିଗୋ ଉପରେ ୫ ଲକ୍ଷ ଟଙ୍କା ଜୋରିମାନ ଲଗାଇବାକୁ ନିଷ୍ପତ୍ତି ନେଇଛି ବୋଲି ବିବୃତ୍ତିରେ କୁହାଯାଇଛି।

Comments are closed, but trackbacks and pingbacks are open.