ବ୍ରହ୍ମଗିରି: ସ୍ନାନ ବେଦୀରୁ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ମହାପ୍ରଭୁ। ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି। ଆଜି ଭୋର ଚାରିଟାରେ ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଉଠି ସୂର୍ଯ୍ୟ ପୂଜା, ରୋଷ ହୋମ ନୀତି ଶେଷ ହେବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି । ୧୬ଟି ସିସିଟିଭି ମନ୍ଦିର ଭିତରେ ଓ ବାହାରେ ଲାଗିଛି। ଏହା ସହିତ ଜଣେ ଅତିରିକ୍ତ ଏସପି, ୪ଜଣ ଡ଼ିଏସପି, ୩ ଜଣ ଇନସ୍ପେକ୍ଟର, ୧୭ ଜଣ ଏସଆଇ, ଏଏସଆଇ, ୪ ଜଣ ହାବିଲଦାର, ୬ ଜଣ କନେଷ୍ଟବଳ, ୫୬ଜଣ ଗୃହରକ୍ଷୀ, ୭ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସାଦା ପୋଷାକରେ ପୁଲିସ ମୁତୟନ ହୋଇଛନ୍ତି। ଅଗ୍ନିଶମ ବାହିନୀ ମୁତୟନ ହୋଇ ଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛି। ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୀତିକାନ୍ତି ଶୃଙ୍ଖଳିତ ସହିତ ସୁରକ୍ଷିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଭୋରୁ ଶ୍ରଦ୍ଧାଳୁ ବ୍ୟାରିକେଡ଼ ଦେଇ ଦର୍ଶନ କରୁଛନ୍ତି।
Comments are closed, but trackbacks and pingbacks are open.