ବିକଶିତ ଭାରତ ଆମର ଲକ୍ଷ୍ୟ

30

କର୍ଣ୍ଣାଟକରେ ମୋଦି ୨କୋଟି ଟଙ୍କାର ଶିଳାନ୍ୟାସ କଲେ । ଆମକୁ ବିକଶିତ ଭାରତ ନିର୍ମାଣ କରିବାକୁ ହେବ । ପୂର୍ବରୁ କଂଗ୍ରେସ ଗୃହଲକ୍ଷ୍ମୀ ଯୋଜନା ଘୋଷଣା କରିଥିଲା । କର୍ଣ୍ଣାଟକରେ ନିର୍ବାଚନୀ ଋତୁ ଯେତେ ପାଖେଇ ଆସୁଛି। ସେତେ ରାଜନୈତିକ ଦଳ ମାନଙ୍କର ପ୍ରତିଶୃତି ଅଜାଡି ପଡୁଛି। ଗତ ସୋମବାର ଦିନ କର୍ଣ୍ଣାଟକରେ ପ୍ରିୟଙ୍କା ଗାନ୍ଧୀ ଗୃହଲକ୍ଷ୍ମୀ ଯୋଜନା ଘୋଷଣା କରିଥିଲେ। ଏହା ପୂର୍ବରୁ କଂଗ୍ରସ ପ୍ରତିମାସରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗେଣା ବିଜୁଳି ଦେବା ବୋଲି ଘୋଷଣା କରିଥିଲା ।

ଆଜି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ପହଞ୍ଚି ୨କୋଟି ଟଙ୍କାର ଏକ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏକ ବିକଶିତ ଭାରତ ଲକ୍ଷ୍ୟନେଇ ଆମେ ସମସ୍ତେ କାର୍ଯ୍ୟ କରୁଛେ। ସମସ୍ତେ ଏକାଠି ହୋଇ ଏହି ଲକ୍ଷକୁ ଆଗେଇ ନେବା। ଭାରତ ସ୍ବାଧିନତାର ୭୫ ବର୍ଷ ଶେଷ କରିଥିବାବେଳେ ଆସନ୍ତା ୨୫ ବର୍ଷ ମଧ୍ୟରେ ନୂଆ ସଂକଳ୍ପ ତଥା ଲକ୍ଷ୍ୟ ପୂରଣ ପାଇଁ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଛି।

କୋଡେକଲରେ ଜଳ ସେଚନ, ପାନୀୟ ଜଳ, ଜାତୀୟ ରାଜପଥ ବିକାଶ ପରିଯୋଜନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏହା ସହିତ ନାରାୟଣପୁର ଲେଫ୍ଟ ବ୍ୟାଙ୍କ କେନାଲ ସମ୍ପ୍ରସାରଣ, ନବୀକରଣ ଏବଂ ଆଧୁନିକୀକରଣ ଯୋଜନାର ଶିଳାନ୍ୟାସ କରିଥିଲେ।

Comments are closed, but trackbacks and pingbacks are open.