ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ପୁଣି ଭେଣ୍ଟିଲେଟରରେ ଲତା

18

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଅବନତି ଦେଖାଦେବାରୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରକୁ ନିଆଯାଇଛି । ଏହା ସହ ତାଙ୍କର ସ୍ୱାସ୍ଥ୍ୟର ପରୀକ୍ଷଣ କରାଯାଉଛି । ଏନେଇ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି ।ଗତ ୨୭ ଦିନ ଧରି ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଲତାଙ୍କର ଚିକିତ୍ସା ଚାଲିଛି । କରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଜାନୁଆରୀ ୮ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ସ୍ୱତନ୍ତ୍ର ୱାର୍ଡକୁ ଆଣାଯାଇଥିଲା । ସେତେବେଳେ ତାଙ୍କର ରିକଭରି ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ହସ୍ପିଟାଲର ଡାକ୍ତର କହିଥିଲେ । ଏବେ ପୁଣି ଏହି ଭାରତରତ୍ନ ଗାୟିକାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ଖବର ଦେଶର ଅଗଣିତ ଶୁଭେଛୁ ଙ୍କ ଦୁଃଖ ବଢ଼ାଇ ଦେଇଛି ।

Leave A Reply

Your email address will not be published.