ରାଜ୍ୟସ୍ତରୀୟ କିଶୋର-କିଶୋରୀ ସମାବେଶରେ ଯୋଗ ଦେଲେ ଉପ-ମୁଖ୍ୟମନ୍ତ୍ରୀ

155

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କିଶୋର-କିଶୋରୀ ସମାବେଶରେ ଯୋଗ ଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। କିଶୋରୀମାନଙ୍କ ସଶକ୍ତିକରଣ ଓ ଦକ୍ଷତା ବିକାଶ ଲକ୍ଷ୍ୟରେ “ଅଦ୍ୱିକା” ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ୧୦ରୁ ୧୪ ଏବଂ ୧୫ରୁ ୧୯ ଦୁଇଟି ବୟସ ବର୍ଗରେ ନୃତ୍ୟ, ଗୀତ, ପେଣ୍ଟିଂ ଏବଂ ଷ୍ଟୋରୀ ଟେଲିଂ ଆଦି ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏଥିରେ ସଫଳ ହୋଇଥିବା ୨୪ ଜଣ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ଏହି ଅବସରରେ କିଶୋରୀମାନଙ୍କ ମନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆସୁଥିବା ପ୍ରଶ୍ନଗୁଡ଼ିକ କଥୋପକଥନ କରିବା ସହିତ ସେମାନଙ୍କୁ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ପ୍ରେରଣା ଦେବାକୁ ଶ୍ରୀମତି ପରିଡ଼ା କହିଛନ୍ତି।

Comments are closed, but trackbacks and pingbacks are open.