ରାଜ୍ୟରେ ବଢି ଚାଲିଛି ଡେଙ୍ଗୁ

32

ରାଜ୍ୟରେ ଅଣାୟତ ହେଲାଣି ଡେଙ୍ଗୁ। ଭୁବନେଶ୍ୱର ରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍‌ ରହିଛି। ଡେଙ୍ଗୁ ସ୍ଥିତି ନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟରେ ଡେଙ୍ଗୁର ହଜାରେ କେସ୍‌ ଭିତରୁ କେବଳ ବିଏମ୍‌ସିରୁ ୭୧୪ଟି କେସ୍‌ ରହିଛି। ପ୍ରତିଦିନ ଡେଙ୍ଗୁ କେସ୍‌ ସାମ୍ନାକୁ ଆସୁଛି। ତେବେ ଡେଙ୍ଗୁ ଭାଇରସ ଏଲିସା ପଦ୍ଧତିରେ ଟେଷ୍ଟ ହେବା କଥା କିନ୍ତୁ ଘରୋଇ ହସ୍ପିଟାଲଗୁଡିକ କେହି ବି ଏଲିସାରେ ଟେଷ୍ଟ କରୁନାହାନ୍ତି। କେବଳ କାର୍ଡ ଟେଷ୍ଟ କରୁଛନ୍ତି। ଫଳରେ ଫଲ୍ସ ପଜିଟିଭ କେସ୍‌ ଅଧିକ ଆସୁଛି। ତେଣୁ ଯଦି ପଜିଟିଭ ପାଉଛନ୍ତି ତେବେ ତୁରନ୍ତ ରକ୍ତ ନମୂନା କ୍ୟାପିଟାଲ ହସ୍ପିଟାଲ ଅବା ଆର୍‌ଏମ୍‌ଆର୍‌ସିକୁ ପଠାଇବାକୁ ସମସ୍ତ ଲାବ୍ରୋଟୋରୀକୁ ନିବେଦନ କରିଛନ୍ତି।
ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଡେଙ୍ଗୁ ଟେଷ୍ଟ ପାଇଁ ସମସ୍ତ ସହରାଞ୍ଚଳ PHC, CHCରେ ବ୍ୟବସ୍ଥା ହୋଇଛି। ତେଣୁ ଲୋକମାନେ ନିକଟସ୍ଥ ଅର୍ବାନ PHC, CHCକୁ ଯାଇ ପରୀକ୍ଷା କରାଇପାରିବେ।

ଜ୍ୱର ସହ ମୁଣ୍ଡ, ହାତ ବିନ୍ଧା, ଦେହରେ ଲାଲ ଦାଗ, ବାନ୍ତି ଓ ମୁଣ୍ଡ ବିନ୍ଧା ହେଉଛି ଡେଙ୍ଗୁର ଲକ୍ଷଣ। ତେଣୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ମଶା ବୃଦ୍ଧିର ଆଶଙ୍କା ଥିବା ପ୍ରାୟ ୩ ହଜାର ସ୍ଥାନରେ ସଫେଇ କରାଯାଇଛି । ୮୧୫ ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଘରେ ଘରେ ମଧ୍ୟ ସଫେଇ ପରି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.