ଡରାଉଚି ଡେଙ୍ଗୁ

29

ଭୁବନେଶ୍ୱର ସହର ଏବଂ ଆଖପାଖ ଅଂଚଳରେ ଡେଙ୍ଗୁ ଜ୍ୱର ଏବେ ମହାବ୍ୟାଧି ରୂପେ ଉଭା ହେଲାଣି ,କରୋନା ର କହର କମି ନଥିବା ବେଳେ ଡେଙ୍ଗୁ ସହରରେ ନିଜ ର କାୟା ବିସ୍ତାର କରିସାରିଲାଣି । ୮୦୦ ପାଖାପାଖି ଲୋକ ଏହି ଡେଙ୍ଗୁ ଜ୍ୱର ରେ ଆକ୍ରାନ୍ତ ହେଲେଣି । ଏତେ ଦିନ ପରେବି ରାଜ୍ୟ ସରକାର ଓ ବିଏମସି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଆଖିଦୃଶୀୟ ପଦକ୍ଷେପ ନେଇପାରିଲେ ନାହିଁ ବୋଲି,ଗତକାଲି ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟମ ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସମ୍ପର୍କରେ ଜନସଚେତନତା କାର୍ୟ୍ୟକ୍ରମ କରାଯାଇଥିଲା । ଆଜି ଅନୁରୂପ ଭାବେ ବ୍ଲକ ସଭାପତି ଶ୍ରୀ ଅଶୋକ ଦାସଙ୍କ ପରିଚାଳନାରେ ଉତର ନିର୍ବାଚନ ମଣ୍ଡଳୀର ମୁଣ୍ଡାସାହି ଛକ, ବିଜୁପଟ୍ଟନାୟକ କଲେଜ ପଛ କଲୋନି ତଥା ମେ-ଫେୟାର ସଂଲଗ୍ନ ରାସ୍ତାରେ ଜମାହୋଇଥିବା ପାଣି ଓ ଅପରିସ୍କୃତ ସ୍ଥାନମାନଙ୍କରେ ବ୍ଲିଚିଙ୍ଗ ଓ ମଶାତେଲ ସିଂଚନ କରାଯାଇଛି । ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ପୁର୍ନବାର କହିଛନ୍ତି ରାଜ୍ୟ ସରକାର ଡେଙ୍ଗୁ ନିରାକରଣ ପାଇଁ ଅତିଶୀଘ୍ର ପଦକ୍ଷେପ ନନେଲେ ପରିସ୍ଥିତି ଅଣଆୟତ ହେବ । ତେଣୁ ବିଏମସି ଜିଲ୍ଲା କଂଗ୍ରେସ ଦ୍ୱାରା ଦିଆଯାଇଥିବା ଦାବିପତ୍ର ମୁତାବକ ଯୁଦ୍ଧକାଳୀନ ଭିତିରେ ଡେଙ୍ଗୁ ନିରାକରଣର ବ୍ୟବସ୍ଥା ଆରମ୍ଭ କରନ୍ତୁ ।

Leave A Reply

Your email address will not be published.