ମୋନାଲିସା ଚିତ୍ର ଉପରକୁ ସୁପ ଫିଙ୍ଗିଲେ ପ୍ରଦର୍ଶନକାରୀ

72

ପ୍ୟାରିସ: ଫ୍ରାନ୍ସରେ ଭଲ ସ୍ୱାସ୍ଥ୍ୟ ପାଇଁ ପୌଷ୍ଟିକ ଭୋଜନର ଅଧିକାର ଜରୁରୀ ବୋଲି ଦାବୀ କରି ପ୍ରଦର୍ଶନକାରୀମାନେ ପ୍ରଦର୍ଶନ କରି ଆସୁଥିଲେ । ରବିବାର ସେମାନେ ବିଶ୍ୱ ପ୍ରସିଦ୍ଧ ମୋନାଲିସାଙ୍କ ଚିତ୍ର ଉପରକୁ ସୁପ ଫିଙ୍ଗିଛନ୍ତି । ମଧ୍ୟ ପ୍ୟାରିସର ଲୌବରରେ ୧୬ଶ ଶତାବ୍ଦୀର ଲିୟୋନାର୍ଡ ଦା ଭିନସୀଙ୍କ ଏହି ପେଂଟିଂ ଅବଶ୍ୟ ଏଥିନେଇ କ୍ଷତିଗ୍ରସ୍ତ ହୋଇନି । ଏହାକୁ ସୁରକ୍ଷିତ ଭାବରେ ବୁଲେଟଫ୍ରୂପ କାଚ ମଧ୍ୟରେ ରଖାଯାଇଛି ।

ପ୍ରଦର୍ଶନକାରୀଙ୍କୁ ସେଠାରେ ହଟେଇବା ପରେ ଚିତ୍ର ଆଗରେ କଳା ସ୍କ୍ରିନ ଲଗାଇ ଦିଆ ଯାଇଥିଲା । ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରଚିଦା ଦାନ୍ତୀ ପ୍ରଦର୍ଶନକାରୀଙ୍କ ଏହି ପଦକ୍ଷେପକୁ ନାପସନ୍ଦ କରିଛନ୍ତି । ରିପୋଷ୍ଟେ ଏଲିମେଂଟାୟର (ଫୁଡ କାଂଉଟରଟେକ) ପକ୍ଷରୁ ଏହି ପ୍ରଦର୍ଶନ କରାଯାଉଛି ।

ସୂଚନାଯୋଗ୍ୟ, ମୋନାଲିସାଙ୍କ ଏହି ପେଂଟିଂ ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ ହୋଇଛି । ସେ ସମୟରେ ଜଣେ ଆଗନ୍ତୁକ ଏହା ଉପରକୁ ଏସିଡ ପକାଇ ନଷ୍ଟ କରିଦେବା ପାଇଁ ଉଦ୍ୟମ କରିଥିଲେ । ପେଂଟିଂ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ସେବେଠାରୁ ଏହାକୁ ପ୍ରୋଟେକ୍ଟିଭ ଗ୍ଲାସ ମଧ୍ୟରେ ରଖାଯାଉଛି । ୧୯୧୧ରେ ଏହା ଚୋରୀ ହୋଇ ଯାଇଥିଲା । ସଂଗ୍ରହାଳୟର ଜଣେ କର୍ମଚାରୀ ରାତି ସାରା ଆଲମାରୀରେ ଲୁଚି ରହି ଏହାକୁ ଚୋରୀ କରିଥିଲେ । ୨ ବର୍ଷ ପରେ ଏହାକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

Comments are closed, but trackbacks and pingbacks are open.