ବିମୁଦ୍ରିକରଣକୁ ନେଇ ବର୍ଷିଲେ ମମତା !

21

କଂଗ୍ରେସ ବିଜେପିକୁ ଟାର୍ଗେଟ କଲେ ମମତା ! ତ୍ରିପୁରା ଶୋଭାଯାତ୍ରା କଲେ ମମତା () ବିମୁଦ୍ରିକରଣକୁ ନେଇ ବର୍ଷିଲେ ମମତା ! ତ୍ରିପୁରା ନିର୍ବାଚନକୁ ନେଇ ଚଳଞ୍ଚଳ ସାରା ଦେଶ । କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ମମତା । ତେବେ ଏହାକୁ ନେଇ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ , କଂଗ୍ରେସ ହେଉଛି ବିଜେପିର ‘ଟିମ୍ ବି “ । ଫେବୃଆରୀ ୧୬ରେ ତ୍ରିପୁରା ନିର୍ବାଚନ ଥିବାବେଳେ ଟିଏମସିକୁ ତୃଣ ମୂଳ ସ୍ତରରେ ସୁଦୃଢ କରିବାକୁ ଅଗରତାଲାରେ ମମତା ବାନାର୍ଜି ଓ ଦଳୀୟ କର୍ମୀଙ୍କ ସହ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ଏଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ଆମେ ବଙ୍ଗଳାରେ ବିକାଶ ମୂଳକ କାର୍ଯ୍ୟ କରିଛୁ । ସ୍ୱାସ୍ଥ୍ୟ ବୀମା ପାଇଁ ଆମେ ‘ସ୍ୱାସ୍ଥ୍ୟ ସାଥୀ’ କାର୍ଡ ପ୍ରଦାନ କରୁଛୁ । କେନ୍ଦ୍ର ସରକାର ଦେଇଥିବା ଆୟୁଷ୍ମାନ ଭାରତ କାର୍ଡରେ ବିଶ୍ୱସନୀୟତା ନାହିଁ ।

ସେ କହିଛନ୍ତି ଯେ ସଂପ୍ରତି ବେଙ୍ଗଲ ମଡେଲକୁ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ଓ ପ୍ରଶଂସା କରାଯାଉଛି । ଡବଲ ଇଞ୍ଜିନ ସରକାର ଅଧୀନରେ ଦେଶରେ ବେକାରୀ ହାର ୪୦ ପ୍ରତିଶତ ବୃଦ୍ଧି ପାଇଛି । ନିର୍ବାଚନ ସମୟରେ ସେମାନେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି କି? ଆପଣଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ବିଜେପି ରାଜନୈତିକ ଭାବେ ଲଢ଼ିବାରେ ସକ୍ଷମ ନୁହେଁ ଏବଂ ସେଥିପାଇଁ ସିବିଆଇ ଏବଂ ଇଡି ଭଳି କେନ୍ଦ୍ରୀୟ ଏଜେନ୍‌ସିକୁ ବିରୋଧୀ ଦଳ ନେତାଙ୍କ ବାସଭବନକୁ ପଠାଉଛି ।

ବିମୁଦ୍ରାକରଣ ପରେ କଳାଧନ ଫେରିଛି କି? ଯଦି ଭାରତୀୟ ଜୀବନ ବୀମା ନିଗମ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବୁଡ଼ିଯାଏ, ତେବେ ଆମେ ଆମର ଟଙ୍କା ଫେରସ୍ତ ପାଇବୁ କି? ଯଦି ଆପଣମାନେ ଭାବୁଛନ୍ତି ଯେ ଇଡି ଏବଂ ସିବିଆଇ ସହାୟତାରେ ଆମକୁ ନିପାତ କରାଯିବ, ତେବେ ଏହା ସହଜ ନୁହେଁ ବୋଲି ମମତା ଆଦାନୀ ବିବାଦ ମଧ୍ୟରେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ।ତେବେ ଆଗାମୀ ଦିନରେ ମମତା କଣ ପଦକ୍ଷପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.