ଭୁବନେଶ୍ୱରରେ ଡେଲଏଟ ଲୋକାର୍ପିତ

34

ଭୁବନେଶ୍ୱର : ରାଜଧାନୀରେ ଉଦ୍ଘାଟନ ହେଲା ବିଶ୍ୱର ଅନ୍ୟତମ ଅଗ୍ରଣୀ ଆଇଟି କମ୍ପାନୀ ଡେଲଏଟ (କାପାବିଲିଟି ଏନହେନସମେଣ୍ଟ ସେଣ୍ଟର) I ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଦେଶରେ ଓଡ଼ିଶା ଏବେ ଇନୋଭେସନ, ଟେକ୍ନୋଲୋଜି, ନୂଆ ଅର୍ଥନୀତିର ମଡେଲ ଧୀରେ ଧୀରେ ଉଭା ହେଉଛି । ସତ୍ୟନଗରସ୍ଥିତ ୧୨ ତାଲା ବିଶିଷ୍ଟ ICOMC ଇଣ୍ଟେଲିଜେଣ୍ଟ ସିଟି ଅପରେସନ ମ୍ୟାନେଜମେଣ୍ଟ ସେଣ୍ଟର କୋଠାର ୬ରୁ ୧୦ତାଲା ପର୍ଯ୍ୟନ୍ତ ୫ଟି ମହଲାରେ ଏହି କାର୍ଯ୍ୟାଳୟ ରହିଛି I ଏଥିରେ ତିନିଟି ସିଫ୍ଟରେ ୧୫୦୦ କର୍ମଚାରୀ କାମ କରିବେ ।

ସେହିଭଳି ସ୍ମାର୍ଟସିଟି ଲିମିଟେଡ ଅଫିସ ମଧ୍ୟ ଦୁଇଟି ବିଲଡିଂରେ କାର୍ଯ୍ୟ କରିବ । ୪ ବର୍ଷ ମଧ୍ୟରେ ଏହି ବିଲଡିଂ କାମ ଶେଷ ହୋଇଛି । ରାଜ୍ୟର ଯୁବକ ଓ ଯୁବତୀଙ୍କ ଲାଗି ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ଅବସରରେ ଡେଲଏଟର ଗ୍ଲୋବାଲ ସିଇଓ ପୁନୀତ ରଂଜନ କାପାବିଲିଟି ଏନହେନସମେଣ୍ଟ ସେଣ୍ଟର ଖୋଲିବାରେ ସହାୟତା ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ଗତ ମାସରେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ଡେଲଏଟ ଇଣ୍ଡିଆର ଅଧ୍ୟକ୍ଷ ଅତୁୁଲ ଧାୱନ ଯୋଗ ଦେଇଥିଲେ । ପୂର୍ବରୁ ଡେଲଏଟ ଇଣ୍ଡିଆର ଏମଡି ଏନ ଭେଙ୍କଟରାମ ମଧ୍ୟ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ । ଗତ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଏହାର ଅଗ୍ରଗତିର ସମୀକ୍ଷା କରିଥିଲେ । ଭୁବନେଶ୍ୱର ଡେଲଏଟ କାପାବିଲିଟି ଏନହେନସମେଣ୍ଟ ସେଣ୍ଟର ଉଦ୍‌ଘାଟନ ହୋଇଥିବା ବେଳେ ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

Comments are closed, but trackbacks and pingbacks are open.